ପଟ୍ଟନାଇକିଆ ଛକ ତ୍ରିହତ୍ୟାକାଣ୍ଡ ମାମଲାରେ ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

*ପଟ୍ଟନାଇକିଆ ଛକ ତ୍ରିହତ୍ୟାକାଣ୍ଡ ମାମଲାରେ ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ*୨୦୧୯ ମସିହା ଜୁଲାଇ ୧୪ ତାରିଖରେ ସାନ୍ଧ୍ୟ ୫ ଘଟିକା ସମୟରେ ପଟ୍ଟନାଇକିଆ ଛକ ନିକଟରେ ପୂର୍ଣ୍ଣଚନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ବେହେରା ଏବଂ ପଞ୍ଚୁଆ ବେହେରାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ତିନିଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ସତ୍ୟବାଦୀ ଥାନାରେ କେସ୍ ନମ୍ବର ୧୧୪/୨୦୧୯ ରୁଜୁ କରାଯାଇ ତଦନ୍ତ କରାଯାଇଥିଲା। ମାମଲାର ତଦନ୍ତ, ଚାର୍ଜଶିଟ୍ ଦାଖଲ ଏବଂ ଅଦାଲତରେ ଆବଶ୍ୟକ କାଗଜପତ୍ର ଉପସ୍ଥାପନ ପ୍ରକ୍ରିୟାକୁ ପୁରୀ ଏସ୍‌ପି ଶ୍ରୀ ପ୍ରତୀକ ସିଂଙ୍କ ନେତୃତ୍ୱରେ ନିୟମିତ ଭାବେ ମନିଟରିଂ କରାଯାଇଥିଲା। ମାମଲାର ବିଚାର ପରେ ଆଜି ଅତିରିକ୍ତ ଦୌରାଜଜ୍‌ ଡ. ଦୀପକ ରଞ୍ଜନ ସାହୁ ୫ ଜଣ ଅଭିଯୁକ୍ତ *ସୁବଳ ବେହେରା, ଶଙ୍କର ବେହେରା, ମିଟୁ ବେହେରା, ପୁନିଆ ବେହେରା ଓ ଚରଣ ବେହେରାଙ୍କୁ* ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ପ୍ରତ୍ୟେକଙ୍କୁ ୨୦,୦୦୦ ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ହେଲେ ଅତିରିକ୍ତ ୬ ମାସ କାରାଦଣ୍ଡ ଭୋଗିବାକୁ ଆଦେଶ ଦିଆଯାଇଛି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ତପସ୍ୱିନୀ ମହାନ୍ତି ମାମଲା ପରିଚାଳନା କରିଥିଲେ। ଏହି ରାୟ ଗୁରୁତର ଅପରାଧ ବିରୋଧରେ ଆଇନର ଦୃଢ଼ ପ୍ରୟୋଗ ଏବଂ ଦୋଷୀଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଇବା ଦିଗରେ ପୁରୀ ପୁଲିସର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି।

Leave a Reply

Your email address will not be published. Required fields are marked *