ଜୁଏଲ ଓରାମଙ୍କ ଇସ୍ତଫା ଦାବିରେ କଂଗ୍ରେସର ବିକ୍ଷୋଭ, ପୁତଳିକା ଦାହ*
*ରାଉରକେଲା: ରାଉରକେଲା ଜିଲ୍ଲା କଂଗ୍ରେସ ପୁର୍ବତନ ସଭାପତି ଶ୍ରୀ ଜ୍ଞାନେନ୍ଦ୍ର କୁମାର ଦାସଙ୍କ ପ୍ରତେକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଛାତ୍ର, ଯୁବ ଓ ମହିଳା କଂଗ୍ରେସ ପକ୍ଷରୁ ରାଉରକେଲା ସର୍କିଟ ହାଉସ ଘଟଣାକୁ ନେଇ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସମ୍ପୃକ୍ତି ସମ୍ବନ୍ଧରେ ନିରପେକ୍ଷ ତଦନ୍ତ ଦାବି ଏବଂ ଗଣମାଧ୍ୟମରେ ତାଙ୍କ ଦ୍ୱାରା ଦିଆଯାଇଥିବା କଥିତ ଅଶାଳୀନ ମନ୍ତବ୍ୟର ପ୍ରତିବାଦରେ ରବିବାର ରାଉରକେଲା ଉଦିତନଗର ଆମ୍ବେଦକର ଛକ ଠାରେ ବିକ୍ଷୋଭ ଓ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା।ଏହି ଅବସରରେ କଂଗ୍ରେସ କର୍ମୀମାନେ ଜୁଏଲ ଓରାମଙ୍କ ଇସ୍ତଫା ଦାବି କରିବା ସହ ତାଙ୍କ ପୁତଳିକା ଦାହ କରି ପ୍ରତିବାଦ ଜଣାଇଥିଲେ। ରାଉରକେଲା ସର୍କିଟ ହାଉସ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ସତ୍ୟାସତ୍ୟ ସାମ୍ନାକୁ ଆଣିବା ସହ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଉପଯୁକ୍ତ ପଦକ୍ଷେପ ନେବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା।ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି **ଶ୍ରୀ ବିଭୂତି ଭୂଷଣ ମହାପାତ୍ର**, ରାଉରକେଲା ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି **ଶ୍ରୀ ଜ୍ଞାନେନ୍ଦ୍ର ଦାସ**, ବରିଷ୍ଠ କଂଗ୍ରେସ ନେତା **ଶ୍ରୀ ସନ୍ତୋଷ ବିଶ୍ୱାଳ**, ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ପୁର୍ବତନ କାର୍ଯ୍ୟକାରୀ ସଭାପତି ଆଲବର୍ଟ କିଣ୍ଡୋ, ବିରୀମିତ୍ରପୂର ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ରାଜେଶ କେରକେଟା, ର୍ଜିଲ୍ଲା କଂଗ୍ରେସର ବରିଷ୍ଠ ଉପସଭାପତି କୀର୍ତ୍ତନ ଦାସ, ସୁଧୀର ସିଂହ ଚୌହାନ , ସୁଦନ ଚୌଧୁରୀ, ମହିଳା କଂଗ୍ରେସ ସଭାପତି **ଶ୍ରୀମତୀ ରଞ୍ଜିତା ମଲ୍ଲିକ**, ଯୁବ କଂଗ୍ରେସ ଜିଲ୍ଲା ଉପସଭାପତି **ଇସ୍ତେହାର ମହମ୍ମଦ**, ଡିସିସି ଉପସଭାପତି **ଶ୍ରୀ ବିନୋଦ ରାଉତ**, INTUC ସଭାପତି ନିହାର ଦାସ, ଛାତ୍ର ନେତା ଶ୍ରୀ ସୁନୀଲ ନାଏକ,ବ୍ଲକ ସଭାପତି ଶ୍ରୀ ରଘୁ ଦାସ, ଶ୍ରୀ ହର ପ୍ରସାଦ ସାମଲ, ଶ୍ରୀ ରବିନ୍ଦ୍ର ନାଏକ, ଶ୍ରୀ ସୁନୀଲ ପଟ୍ଟନାୟକ, ସାଧାରଣ ସମ୍ପାଦକ ନିରଞ୍ଜନ ଭଟ୍ଟ, ମନ୍ମଥ ସୂତାର ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଓ ନେତା ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ କଂଗ୍ରେସ ନେତାମାନେ ଜୁଏଲ ଓରାମଙ୍କ ମନ୍ତବ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦାବି କରିଥିଲେ।
