ଲଘୁଚାପ ଅବପାତରେ ପରିଣତ ହେତୁ.. ସମୁଦ୍ରକୂଳରେ ଲାଗିଲା ରେଡ୍ ଫ୍ଲାଗ୍
ପୂର୍ବରୁ ହ୍ୱଟସପରେ ଅଗ୍ନିଶମ ବିଭାଗ ଅଧିକାରୀ ବାଇଟ୍ ଭିଜୁଆଲ୍ ଓ ଜିଲ୍ଲାପାଳଙ୍କ ବାତ୍ୟାକୁ ନେଇ ଦୁଇଟି ବାଇଟ୍ ଯାଇଛି,, ଦୁଇଟି ବାଇଟ୍ ମିଶେଇବେ,,,ଏବେ କିଛି ଭିଜୁଆଲ୍ ଯାଇଛି )ଲଘୁଚାପ ଅବପାତରେ ପରିଣତ ହେବାପରେ ଆଜି ପୁରୀରେ ପ୍ରବଳ ବର୍ଷା ଯୋଗୁଁ ଅଶାନ୍ତ ହୋଇଛି ସମୁଦ୍ର। ସେଥିପାଇଁ ସମୁଦ୍ରକୂଳରେ ଲାଗିଲା ରେଡ୍ ଫ୍ଲାଗ। ପର୍ଯ୍ୟଟକଙ୍କ ସମୁଦ୍ର ସ୍ନାନ ଉପରେ ଲାଗିଲା କଟକଣା। ଡାକବାଜି ଯନ୍ତ୍ର ଦ୍ବାରା ସମୁଦ୍ରରେ ସ୍ନାନ କରୁଥିବା ପର୍ଯ୍ୟଟକଙ୍କୁ କରାଯାଉଛି ସଚେତନ। ଅଗ୍ନିଶମ ବାହିନୀ ଓ ଲାଇଫଗାର୍ଡଙ୍କ ପକ୍ଷରୁ କରାଯାଉଛି ସଚେତନ। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଆଯାଇଛି ପଦକ୍ଷେପ। ସେପଟେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳର ଲୋକଙ୍କୁ ଆଲର୍ଟ କରାଯାଇଛି l ପୁରୀ ଜିଲ୍ଲାରେ ଥିବା ବିଭିନ୍ନ ବାତ୍ୟାଆଶ୍ରୟ ସ୍ଥଳି ଗୁଡିକ ସଜାଗ ରଖାଯାଇଛି l ଶୁଖିଲା ଖାଦ୍ୟ ଠାରୁ ଆରମ୍ଭ କରି ଜଳ ନିଷ୍କାସନ ଲାଗି ନିଆଯାଇଛି ସ୍ୱତନ୍ତ୍ର ପଦକ୍ଷେପ l ପ୍ରବଳ ବର୍ଷା ଯୋଗୁ ଆସନ୍ତାକାଲି ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି ବନ୍ଦ ରଖାଯିବା ସହ ପରିସ୍ଥିତି ଦେଖି ସ୍କୁଲ ଓ କଲେଜ ଛୁଟି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ସେହିପରି ପୁରୀ ସହରରେ ଜଳ ନିଷ୍କାସନ ଲାଗି ସ୍ୱତନ୍ତ୍ର ପମ୍ପ ସେଟ୍ ର ବ୍ୟବସ୍ଥା ହୋଇଥିବା ବେଳେ ଚିଲିକା, ବ୍ରହ୍ମଗିରି, କୃଷ୍ନପ୍ରସାଦ,ଅସ୍ତରଙ୍ଗ ଇତ୍ୟାଦି ଉପକୂଳ ଅଞ୍ଚଳର ଲୋକଙ୍କୁ ସତର୍କ କରାଯିବା ସହ ସମସ୍ତ ବାତ୍ୟାଆଶ୍ରୟସ୍ଥଳୀକୁ ପରିଦର୍ଶନ ପାଇଁ ଅଧିକାରୀ ମାନଙ୍କ ଛୁଟି ବାତିଲ୍ ହୋଇଥିବା ଜିଲ୍ଲାପାଳ କହିଛନ୍ତି। ସେପଟେ ବାତ୍ୟାର ପ୍ରକୋପ ବଢିଲେ ଓଡ୍ରାଫ ଟିମ୍ ଜିଲ୍ଲାରେ ମୁତୟନ ହେବେ ବୋଲି କହିଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା।
