ପୁରୀ ସହରରେ ଏବେ ଚାଲିଛି ଗୁଣ୍ଡାଙ୍କ ରାଜ୍ !
ପୁଣି ଅଶାନ୍ତ ପୁରୀ ସହର। କଥା କଥାକେ ବୁଲିଛି ଖଣ୍ଡା ଓ ଛୁରୀ। ପୁରୀ ଭିଆଇପି ରୋଡ଼ ଜଗନ୍ନାଥ କଲୋନୀରେ ଥିବା ମଙ୍ଗଳା ମନ୍ଦିର ଦୁଆର ମୁହଁରେ ଖଣ୍ଡା ଓ ଛୁରାମାଡ ରେ ବାପ, ପୁଅଙ୍କ ସହ ଜଣେ ମହିଳା ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ସମସ୍ତ ଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତ ବାପ, ପୁଅ ଓ ମହିଳା ହେଲେ ଭିଆଇପି ରୋଡ଼ ଜଗନ୍ନାଥ କଲୋନୀର ନିରଞ୍ଜନ ପ୍ରଧାନ, ରାଜୀବ ଲୋଚନ ପ୍ରଧାନ ଏବଂ ମଞ୍ଜୁଲତା ପ୍ରଧାନ। ନିରଞ୍ଜନ ଙ୍କ ମୁଣ୍ଡକୁ ଅସାମାଜିକ ଯୁବକ ମାନେ ଖଣ୍ଡାରେ ହାଣି ରକ୍ତାକ୍ତ କରିଥିବା ବେଳେ ରାଜୀବ ଙ୍କ ହାତ ଓ ଛାତୀକୁ ଛୁରାମାଡ କରିଛନ୍ତି। ଖବରପାଇ ସମୁଦ୍ର କୂଳ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତକାଲି ଜଗନ୍ନାଥ କଲୋନୀରେ ଗଣେଶ ବିସର୍ଜନ ବେଳେ ସ୍ଥାନୀୟ ଯୁବକଙ୍କ ସହ ରାଜୀବଙ୍କ କଥା କଟାକଟି ହୋଇଥିଲା। ସମାଧାନ ପାଇଁ ମଙ୍ଗଳା ମନ୍ଦିରକୁ ବାପ ପୁଅ ଙ୍କୁ ସ୍ଥାନୀୟ ଯୁବକ ମାନେ ଡାକିଥିବା ବେଳେ ଖଣ୍ଡା ଓ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସେପଟେ ପୋଲିସ ପକ୍ଷରୁ ଏନେଇ କୌଣସି ସୂଚନା ମିଳିପାରିନାହିଁ।
