ସତ୍ୟବାଦୀ ବ୍ଲକରେ ବେଆଇନ ସାର ଗଚ୍ଛିତ ଓ ବିକ୍ରି ଅଭିଯୋଗରେ ପୋଲିସ
ତାରିଖ: ୨୩/୦୯/୨୦୨୬*ବିଷୟ: ସତ୍ୟବାଦୀ ବ୍ଲକରେ ବେଆଇନ ସାର ଗଚ୍ଛିତ ଓ ବିକ୍ରି ଅଭିଯୋଗରେ ପୋଲିସ, ତହସିଲଦାର ଓ କୃଷି ବିଭାଗର ମିଳିତ ଚଢ଼ାଉ; ସାର ଜବତ ଏବଂ ମାମଲା ରୁଜୁ (Satyabadi PS Case No. 383/26)*ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଅଲଗୁମ ପଞ୍ଚାୟତର ଜୀପୁର ଗ୍ରାମରେ ବେଆଇନ ଓ ଅସାଧୁ ଉପାୟରେ ସାର ଗଚ୍ଛିତ ରଖି ବିକ୍ରି କରାଯାଉଥିବା ନେଇ ବିଭିନ୍ନ ଅଭିଯୋଗ ମିଳିବା ପରେ, ସ୍ଥାନୀୟ ତହସିଲଦାର, କୃଷି ବିଭାଗର କର୍ମଚାରୀ ଏବଂ ସତ୍ୟବାଦୀ ପୋଲିସର ଏକ ମିଳିତ ଏନଫୋର୍ସମେଣ୍ଟ ଟିମ୍ (Joint Enforcement Team) ଦ୍ୱାରା ଜୀପୁର ଗ୍ରାମରେ ଚଢ଼ାଉ କରାଯାଇଛି ।

ସ୍ଥାନୀୟ ତହସିଲଦାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ, ବ୍ଲକ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ-କମ୍-ଫର୍ଟିଲାଇଜର ଇନ୍ସପେକ୍ଟର, ବ୍ଲକ ଟେକ୍ନୋଲୋଜି ମ୍ୟାନେଜର ଏବଂ ସତ୍ୟବାଦୀ ପୋଲିସ ଥାନାର କର୍ମଚାରୀମାନେ ଜୀପୁର ଗ୍ରାମର ଅଭିଯୁକ୍ତ ଆଦିତ୍ୟ ନାରାୟଣ ସ୍ୱାଇଁଙ୍କ ସନ୍ଦିଗ୍ଧ ସାର ଦୋକାନ/ଗୋଦାମରେ ଯାଞ୍ଚ କରିଥିଲେ । ଚଢ଼ାଉର ମୁଖ୍ୟ ତଥ୍ୟ:ବେଆଇନ କାରବାର: ଯାଞ୍ଚ ସମୟରେ ଅଭିଯୁକ୍ତ ଆଦିତ୍ୟ ନାରାୟଣ ସ୍ୱାଇଁ ବିନା କୌଣସି ବୈଧ ଲାଇସେନ୍ସ (Valid License) ଏବଂ POS Device ବିନା ବେଆଇନ ଭାବେ ସାର ବିକ୍ରି କରୁଥିବା ପ୍ରମାଣିତ ହୋଇଥିଲା, ଯାହା ‘Fertilizer Control Order (FCO), 1985’ ର ସ୍ପଷ୍ଟ ଉଲ୍ଲଂଘନ ଅଟେ । *ସାର ଜବତ*: ମିଳିତ ଟିମ୍ ଦ୍ୱାରା ଘଟଣାସ୍ଥଳରୁ ବେଆଇନ ଭାବେ ରଖାଯାଇଥିବା ସାରକୁ ଜବତ କରାଯାଇଛି । *ଆଇନଗତ କାର୍ଯ୍ୟାନୁଷ୍ଠାନ*: ଏହି ସନ୍ଦର୍ଭରେ କୃଷି ବିଭାଗର ଅଭିଯୋଗ ଆଧାରରେ ସତ୍ୟବାଦୀ ଥାନାରେ Satyabadi PS Case No. 383/26 (FCO Act, 1985 ଅଧୀନରେ) ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଚାଷୀମାନଙ୍କୁ ଶୋଷଣରୁ ରକ୍ଷା କରିବା, କଳାବଜାରୀ ରୋକିବା ଏବଂ ଗୁଣାତ୍ମକ ସାର ଯୋଗାଇଦେବା ପାଇଁ ପ୍ରଶାସନ, ପୋଲିସ ଏବଂ କୃଷି ବିଭାଗର ଏହିପରି ମିଳିତ ଚଢ଼ାଉ ଆଗାମୀ ଦିନରେ ମଧ୍ୟ ଜାରି ରହିବ।
