ସୁନାମୀ ପ୍ରସ୍ତୁତ ସ୍ୱୀକୃତି

ପୁରୀ ଜିଲ୍ଲାରେ ‘ସୁନାମୀ ପ୍ରସ୍ତୁତ ସ୍ୱୀକୃତି ’ ପାଇଁ ଏନଟିଆରବି ଟିମ୍‌ର କ୍ଷେତ୍ର ପରିଦର୍ଶନ
ପୁରୀ, ୨୬/୯

ପୁରୀ ଜିଲ୍ଲାର ସମୁଦ୍ରତଟବର୍ତ୍ତୀ ଅଞ୍ଚଳରେ ସୁନାମି ପ୍ରସ୍ତୁତି, ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ପରିଚାଳନା ଓ ଶେଷ-ମାଇଲ୍ ସତର୍କ ସୂଚନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଜାତୀୟ ସୁନାମୀ ପ୍ରସ୍ତୁତ ବୋର୍ଡ଼ (NTRB: ନ୍ୟାସନାଲ ଟିସୁନାମୀ ରେଡି ବୋର୍ଡ) ର ପ୍ରତିନିଧିମଣ୍ଡଳୀ ପୁରୀ ଜିଲ୍ଲାର କାକଟପୁର (ସିଙ୍ଗରପାଳ) ଓ ବ୍ରହ୍ମଗିରି (ମୋଟ) ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ NTRB ଟିମ୍‌ ପକ୍ଷରୁ ସମ୍ପୃକ୍ତ ଗ୍ରାମଗୁଡ଼ିକରେ ସ୍ଥାନୀୟ ପ୍ରଶାସନର ପ୍ରସ୍ତୁତିର ଅନୁଧ୍ୟାନ କରାଯାଇଥିଲା।


UNESCO-IOC ଦ୍ୱାରା “ସୁନାମୀ ପ୍ରସ୍ତୁତ ସ୍ୱୀକୃତି କାର୍ଯ୍ୟକ୍ରମର”12ଟି ନିର୍ଦ୍ଦିଷ୍ଟ ସୂଚକ ପୂରଣ ଯଥା ସୁନାମିପ୍ରବଣ ଉପକୂଳବର୍ତ୍ତୀ ସମୁଦାୟମାନଙ୍କର ପ୍ରସ୍ତୁତି, ସତର୍କ ସୂଚନା ଓ ଆପତ୍କାଳୀନ ପ୍ରତିକ୍ରିୟା କ୍ଷମତାକୁ ସୁଦୃଢ଼ କରିବା, ସତର୍କ ସୂଚନାର ତ୍ୱରିତ ପ୍ରସାର ପାଇଁ କାର୍ଯ୍ୟ କରାଯାଇଛି । ସ୍ଥାନୀୟ ଜନସାଧାରଣ, ପଞ୍ଚାୟତ ପ୍ରତିନିଧି, ସ୍ୱେଚ୍ଛାସେବୀ ସହ ଆଲୋଚନା କରାଯାଇ ସୁନାମି ସମ୍ପର୍କିତ ସଚେତନତା, ସତର୍କ ସୂଚନାର ତ୍ୱରିତ ପ୍ରସାର , ନିରାପଦ ସ୍ଥାନ ଚିହ୍ନଟ ଓ ସ୍ଥାନlନ୍ତର ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା l
ସୁନାମୀ ପ୍ରସ୍ତୁତ ସ୍ୱୀକୃତି କାର୍ଯ୍ୟକ୍ରମ ପୁରୀ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ବିସ୍ତାର କରାଯାଉଛି। ଚଳିତ ପର୍ଯ୍ୟାୟରେ କାକଟପୁର (4) ଓ ବ୍ରହ୍ମଗିରି (2)ଗୋପ (1)ର, ଅସ୍ତରଙ୍ଗ (3) ବ୍ଲକ ର ମୋଟ 10ଟି ଚିହ୍ନଟ ଗ୍ରାମକୁ ନିଆଯାଇଛି।ପ୍ରକାଶ ଥାଉ କି ପ୍ରଥମ ପର୍ଯ୍ୟାୟରେ ପୁରୀ ଜ଼ିଲ୍ଲାରୁ 4 ଟି ଗ୍ରାମକୁ ବ୍ରହ୍ମଗିରି ବ୍ଲକର ନରସିଂହପାଟଣା, କାକଟପୁର ବ୍ଲକର ଛୋଟିପଡ଼ା, ଗୋପ ବ୍ଲକର ଖାଲକାଟାପାଟଣା, ଅସ୍ତରଙ୍ଗ ବ୍ଲକର କେଉଟଜଙ୍ଗl ସୁନାମି ପ୍ରସ୍ତୁତ ସ୍ୱୀକୃତି ମିଳିଥିଲା l

ସୁନାମୀ ପ୍ରସ୍ତୁତି କୁ ଗ୍ରାମାଞ୍ଚଳରେ ସୀମିତ ନରଖି ସହରାଞ୍ଚଳ ପର୍ଯ୍ୟନ୍ତ ବିସ୍ତାର କରିବା ଉଦ୍ଦେଶ୍ୟରେ ତୃତୀୟ ପର୍ଯ୍ୟାୟରେ ଆଉ 10ଟି ଗ୍ରାମ ସହିତ ପୁରୀ ମହାନଗର ନିଗମ, କୋଣାର୍କ ବିଜ୍ଞାପିତ ଅଞ୍ଚଳ ଅଧୀନରେ ଚିହ୍ନଟ 10ଟି Wardକୁ ସାମିଲ କରାଯାଉଛି। 12ଟି ମୁଖ୍ୟ ସୂଚକ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି – ବିପଦ ମୂଲ୍ୟାଙ୍କନ, ବିପଦପ୍ରବଣ ମାନଚିତ୍ର ପ୍ରସ୍ତୁତ ଓ ଚିହ୍ନଟକରଣ, ଜନସଂଖ୍ୟାର ଆକଳନ, ସମୁଦାୟର ଆର୍ଥିକ, ଭିତ୍ତିଭୂମି, ପ୍ରଶାସନିକ ଓ ସାମାଜିକ ସମ୍ପଦ ଚିହ୍ନଟକରଣ।

ପୁରୀ ଜିଲ୍ଲା ଏକ ସମୁଦ୍ରତଟୀୟ ଜିଲ୍ଲା ହୋଇଥିବାରୁ ସୁନାମି ପ୍ରବଣ ଅଞ୍ଚଳ । ଏହି ପରିପ୍ରେକ୍ଷୀରେ UNESCO-IOCର “ସୁନାମି ପ୍ରସ୍ତୁତ ସ୍ୱୀକୃତି ” ପାଇବା ପୁରୀ ଜିଲ୍ଲାର ବିପର୍ଯ୍ୟୟ ପ୍ରସ୍ତୁତି, ଜନସଚେତନତା ଓ ସମୁଦାୟଭିତ୍ତିକ ଜରୁରୀକାଳୀନ ପ୍ରତିକ୍ରିୟା କ୍ଷମତାର ଏକ ଉଲ୍ଲେଖନୀୟ ସ୍ୱୀକୃତି। ଏହି ସ୍ୱୀକୃତିର ମୂଳ ଉଦ୍ଦେଶ୍ୟ ହେଉଛି ବିପଦ ସମୟରେ କେବଳ ପ୍ରଶାସନ ଉପରେ ନିର୍ଭର ନହୋଇ ସ୍ଥାନୀୟ ସମୁଦାୟ ନିଜେ ମଧ୍ୟ ଶୀଘ୍ର ଓ ସଠିକ୍ ପଦକ୍ଷେପ ନେବାରେ ସକ୍ଷମ ହେବା।
ଜିଲ୍ଲା ପ୍ରଶାସନ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ତତ୍ୱାବଧାନ ରେ ଗୁରୁତ୍ୱପୂର୍ଣ । ତେଣୁ ଏହା ଜିଲ୍ଲାର ପ୍ରସ୍ତୁତିର ଏକ ସମଗ୍ର ପ୍ରତିଫଳନ।
ସୁନାମି ପ୍ରସ୍ତୁତ ମାନ୍ୟତା ପାଇବା ସ୍ଥାନୀୟ ପ୍ରଶାସନର ପ୍ରସ୍ତୁତିର ପ୍ରମାଣ Iବିଶେଷକରି ପୁରୀର ଦୀର୍ଘ ସମୁଦ୍ରତଟ, ଘନ ଜନବସତି, ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କ ବିପୁଳ ଆଗମନ ଏବଂ ବହୁବିଧ ସମୁଦ୍ରଜନିତ ବିପଦର ସମ୍ଭାବନାକୁ ଦୃଷ୍ଟିରେ ରଖି, ଏହି ସ୍ୱୀକୃତି ଜିଲ୍ଲାର ସୁରକ୍ଷିତ, ସଚେତନ ଓ ବିପର୍ଯ୍ୟୟ-ସହନଶୀଳ ସମୁଦାୟ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ପରିଗଣିତ ହେବ।ଏହି ଗସ୍ତରେ ବୈଜ୍ଞାନିକ ଡ. ବି ଅଜୟ କୁମାର, ବୈଜ୍ଞାନିକ ଡ.ସିଏତ.ପତଞ୍ଜଳି କୁମାର, ଓସଡାମାର ଜେନେରାଲ ମ୍ୟାନେଜର ଅମ୍ବିକା ପ୍ରସାଦ ମିଶ୍ର,କାକଟପୁର ମଣ୍ଡଳ ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତ, ମଣ୍ଡଳ ଉନ୍ନୟନ ଅଧିକାରୀ, ବ୍ରହ୍ମଗିରି ମନୀଷା ଷଡ଼ଙ୍ଗୀ,ପୁରୀ ଜ଼ିଲ୍ଲା ଜରୁରୀକାଳୀନ ଅଧିକାରୀ ଅନୁଶ୍ରବ ଗନ୍ତାୟତ, ଏବଂ ସ୍ଥାନୀୟ ସରପଞ୍ଚ, ଆଶ୍ରୟସ୍ଥଳୀ ସମ୍ପାଦକ, ଅପଦମିତ୍ର ସ୍ବେଛାସେବୀ, ସ୍ଥାନୀୟ ନୋଡାଲ NGO ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *