ବିଜେପି ପୁରୀ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ବିଜେପି ପୁରୀ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
କୋଣାର୍କ,୦୨.୦୯- ଭାରତୀୟ ଜନତା ପାର୍ଟି ପୁରୀ ପକ୍ଷରୁ ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଯାତ୍ରୀ ନିବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଦେବେନ୍ଦ୍ର ତରାଇଙ୍କ ସଭାପତିତ୍ବରେ ଆୟୋଜିତ ଏହି ଦିନ ତମାମ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ମନମୋହନ ସାମଲ, ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ସମ୍ପଦ ସ୍ବାଇଁ, ସଂଗଠନ ସମ୍ପାଦକ ମାନସ ମହାନ୍ତି, ସାଂସଦ ବିଭୁ ପ୍ରସାଦ ତରାଇ, ସାଂସଦ ସମ୍ବିତ ପାତ୍ର, ବିଧାୟକ ଆଶ୍ରିତ ପଟ୍ଟନାୟକ, ଓମ ପ୍ରକାଶ ମିଶ୍ର, ପୁର୍ବତନ ବିଧାୟକ ବାଇଧର ମଲ୍ଲିକ, ଜୟନ୍ତ ଷଡ଼ଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବରିଷ୍ଠ ନେତା ପ୍ରଭଞ୍ଜନ ମହାପାତ୍ର, ବିରଞ୍ଚି ନାରାୟଣ ତ୍ରୀପାଠୀ, ସୁରଥ ବିଶ୍ବାଳ, ପୂର୍ଣ୍ଣିମା ନାୟକ ପ୍ରମୁଖ ଯୋଗଦେଇ ଜିଲ୍ଲା ସଂଗଠନ ଉପରେ ଆଲୋକପାତ କରିଥିଲେ। ଦଳର ସାଂଗଠାନିକ ଦୃଢ଼ତା, ବ୍ୟବସ୍ଥାର ବିକାଶ, ତୃଣ ମୂଳ ସ୍ତରରେ ବିକାଶ ଆଗାମୀ ତ୍ରୀସ୍ତରୀୟ ଓ ପୌର ନିର୍ବାଚନ ପାଇଁ କିପରି ଦଳ କାର୍ଯ୍ୟ କରିବ ସେନେଇ ବ୍ୟାପକ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଧାରଣ ସମ୍ପାଦକ ରଶ୍ମି ରଞ୍ଜନ ବିଶ୍ଵାଳ, ମୁନି ନାୟକ, ଚିତ୍ତରଞ୍ଜନ ବିଶ୍ବାଳ, ଗଙ୍ଗାଧର ବରାଳ ଓ ମିନାଲତା ମହାନ୍ତି ବିଭିନ୍ନ ସତ୍ରରେ ମଞ୍ଚ ସଂଯୋଜନା କରିଥିଲେ। ପରି ଶେଷରେ ମଣ୍ଡଳ ସଭାପତି ଗୋପୀନାଥ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବନେତା ମନୋଜ ନାୟକ, ମଙ୍ଗରାଜ ମୁଦୁଲି, ତୋଫାନ ପାଣ୍ଡିଆ, ସୌମ୍ୟ ସୌରଭ ଦାଶ, ଦିଲିପ ଦାସ, ବାପି ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
