ଆସୁଛି ପବିତ୍ର କାର୍ତ୍ତିକ ମାସ.. ଶ୍ରୀକ୍ଷେତ୍ର ପୁରୀ ହେବ ଚଳଚଞ୍ଚଳ..

ଭିଓ-ଚଳିତ ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହେବ ଧର୍ମ ଏବଂ ପୂଣ୍ୟର ମାସ କାର୍ତ୍ତିକ। ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଏକ ମାସ ବ୍ୟାପି ପାଳନ କରିବେ ହବିଶ୍ୟାଳି ମାନେ। ସେଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ଅନଲାଇନ ପଞ୍ଜୀକରଣ ପ୍ରକ୍ରିୟା। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସରକାରଙ୍କ ତରଫରୁ ତିନିଗୋଟି ହବିଶ୍ୟାଳି ଶିବିରରେ ୨୫୦୦ ବ୍ରତଧାରୀ ଏହି ଯୋଜନାରେ ଉପକୃତ ହେବେ। ୫୦ରୁ ୭୦ ବର୍ଷ ମଧ୍ୟରେ ସଧବା ଓ ବିଧବା ମହିଳା ମାନଙ୍କ ପାଇଁ ଶିବିରରେ ସମସ୍ତ ବ୍ୟବସ୍ଥା କରାଯିବା ପାଇଁ ପ୍ରସ୍ତୁତି ଜାରି ରହିଛି | ତିନିଗୋଟି ଶିବିରରେ ହବିଶ୍ୟାଳିଙ୍କ ପାଇଁ ଆଶୁ ଚିକିତ୍ସା କେନ୍ଦ୍ର, ଫାୟାର ଟିମ୍,ସ୍ୱଚ୍ଛାସେବୀ ଙ୍କୁ ନିୟୋଜିତ କରାଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି। ସେମାନଙ୍କ ଖାଇବା ପାଇଁ ମହାପ୍ରସାଦ ମଧ୍ୟ ଯୋଗାଇ ଦିଆଯିବ | ବାଇଟ୍1- ଶରତ ଚନ୍ଦ୍ର ବେହେରା,, ଅତରିକ୍ତଜିଲ୍ଲାପାଳ,,,( ଅକ୍ଟୋବର ୬ରେ ପଞ୍ଜୀକରଣ ସହ ୨୫୦୦ ହବିଶ୍ୟାଳି ବ୍ରତଧାରୀ ଏବଂ ତିନୋଟି ଶିବିରରେ ରହିବା PART ଲଗାଇବେ )ବାଇଟ୍2-ଜଗନ୍ନାଥ ପୂଜାପଣ୍ଡା,, ପରିଚାଳନା କମିଟି ସଦସ୍ୟଭିଓ- ପୁରୀରେ ରହି କାର୍ତ୍ତିକ ମାସରେ ହବିଷ ବ୍ରତ ପାଳନ କଲେ କୋଟି ଜନ୍ମର ପୂଣ୍ୟଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି।

ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରତ୍ୟକବର୍ଷ ହବିଶ୍ୟାଳି ଯୋଜନାରେ ବ୍ରତଧାରୀ ମା ମାନେ ଉପକୃତ ହୋଇଥାନ୍ତି। ପୁରୀରେ ତିନୋଟି ଶିବିରରେ ରହିବା ସହ ରାଇ ଦାମୋଦର ପୂଜା,,ଆକାଶଦୀପ ପ୍ରଜ୍ୱଳନ,ଶ୍ରୀମହାପ୍ରସାଦ ସେଵନ,,ଶ୍ରୀମନ୍ଦିର ଯାଇ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ, ସକାଳେ ସଂଧ୍ୟାରେ ଚା ଜଳଖିଆ ସହ ରାତିରେ ଭଜନ କୀର୍ତ୍ତନ ମ ପରିବେଷଣର ମଧ୍ୟ ବ୍ୟବସ୍ଥା କରାଯିବ । ସେପଟେ ଗତବର୍ଷ ଯେଉଁ ହବିଶ୍ୟାଳି ମା ମାନଙ୍କୁ ସରକାରଙ୍କ ହବିଶ୍ୟାଳି ଯୋଜନାରେ ସାମିଲ କରାଯାଇଥିଲା ଚଳିତବର୍ଷ ସେମାନଙ୍କୁ ବାଦ୍ ଦେଇ ନୂଆ ହିତାଧିକାରୀ ମା ମାନଙ୍କୁ ସୁଯୋଗ ଦେବାସହ ଯଦି କିଛି ଅଧିକ ମା ମାନେ ସରକାରଙ୍କ ହବିଶ୍ୟାଳି ଯୋଜନାରେ ଉପକୃତ ହେବାକୁ ଚାହୁଁଥାନ୍ତି ସେମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବାକୁ ଅନୁରୋଧ କରିଛନ୍ତି ବୁଦ୍ଧିଜୀବୀ। ବାଇଟ୍3-ଚକ୍ରଧର ମହାପାତ୍ର,, ବୁଦ୍ଧିଜୀବୀଫାଭିଓ- କାର୍ତ୍ତିକ ମାସରେ ଲକ୍ଷାଧିକ ଭକ୍ତ ଓ ହବିଷ୍ୟାଳିଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ କରିବା ପାଇଁ ପ୍ରଶାସନ ପର୍ଯ୍ୟାପ୍ତ ପରିମାଣର ଜାଳେଣି କାଠ ନ ଯୋଗାଇଲେ ରନ୍ଧନ ହେବାରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା କୁ ଏଡାଇ ଦିଆଯାଇ ନ ପାରେ l

Leave a Reply

Your email address will not be published. Required fields are marked *