ଜେଟିପି ଲଖିଆ କୁ ବହିଷ୍କାର ଓ ଗିରଫ ଦାବୀରେ..ପୁରୀ କାର୍ଯ୍ୟରତ ସାମ୍ବାଦିକଙ୍କ ପୁରୀ ଏସ୍ପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ଶ୍ରୀମନ୍ଦିର ଭିତରେ ସିନିୟର କ୍ୟାମେରାମ୍ୟାନ୍ ଉପରେ ଜେଟିପି ଲଖିଆର ଆକ୍ରମଣ ଘଟଣାରେ ଏକାଠି ହେଲେ ପୁରୀର କାର୍ଯ୍ୟରତ ସାମ୍ବାଦିକ। ଲଖିଆକୁ ଗିରଫ ସହ ବହିଷ୍କାର ଓ ସନାତନକୁ ନ୍ୟାୟ ଦାବିରେ ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ଧାରଣା ଦେଲେ ପୁରୀର କାର୍ଯ୍ୟାରତ ସାମ୍ବାଦିକ। ଘଟଣାକୁ ପାଞ୍ଚଦିନ ବିତିଯାଇଥିଲେ ମଧ୍ୟ ପୁରୀ ପୋଲିସ ନିରବଦ୍ରଷ୍ଟା ସାଜିଛି । ତଦନ୍ତ ଆଳରେ ଦିନପରେ ଦିନ ଗଡାଇ ଲଖିଆକୁ ଖସାଇବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ କରିଛନ୍ତି ଧାରଣାରତ ସାମ୍ବାଦିକ। ବାଇଟ୍1- ସାମ୍ବାଦିକ,,,( ଶ୍ରୀମନ୍ଦିର କମାଣ୍ଡର PART ଲଗାଇବେ )ବାଇଟ୍2-ସାମ୍ବାଦିକ,,( GREEN COLOUR SHIRT )ବାଇଟ୍3-ମହିଳା ସାମ୍ବାଦିକା,,( RED COLOUR ଓନି )ଭିଓ- ସେପଟେ ଶ୍ରୀମନ୍ଦିରରେ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ନେଇ ଓଡିଶା ପୋଲିସ ସମେତ ଜଗନ୍ନାଥ ଟେମ୍ପୁଲ୍ ପୋଲିସ,ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ନିୟୋଜିତ ହୋଇଛନ୍ତି ।

ଓଡିଶା ପୋଲିସ ଓ ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ରାଜ୍ୟ ସରକାରଙ୍କ ଦ୍ବାରା ଶ୍ରୀମନ୍ଦିରରେ ନିୟୋଜିତ ହୋଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ନିୟୋଜିତ ହୋଇଛନ୍ତି ଜେଟିପି। ଜେଟିପି ମାନଙ୍କ ପୋଷାକ ପୋଲିସର ପୋଷାକ ସହ ଆଦୌ ସମାନ ହେବା ଉଚିତ୍ ନୁହେଁ ବୋଲି ମତ ପ୍ରକାଶ ପାଇଥିବା ବେଳେ ଜେଟିପିଙ୍କ ନାମ ପରିବର୍ତ୍ତନ କରି ଜଗନ୍ନାଥ ଟେମ୍ପୁଲ ଗାର୍ଡ ( JTG ) ରଖିବାକୁ ଦାବି ହୋଇଛି। ଅନ୍ୟପଟେ କ୍ୟାମେରାମ୍ୟାନ୍ ସନାତନକୁ ନ୍ୟାୟ ପ୍ରଦାନ ସହ ଆକ୍ରମଣକାରୀ ଲଖିଆକୁ ଗିରଫ କରାନଯିବା ପର୍ଯ୍ୟନ୍ତ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରହିବ ବୋଲି ସାମ୍ବାଦିକ ମାନେ ଚେତାବନୀ ଦେଇଛନ୍ତି
