ମିଳିତ ପୋଲିସ ସେବା ପରୀକ୍ଷା-୨୦୨୪

ଭୁବନେଶ୍ୱର ତା- ୧୪.୧୦.୨୦୨୬ ମିଳିତ ପୋଲିସ ସେବା ପରୀକ୍ଷା-୨୦୨୪ (CPSE-2024) [ଉପ-ନିରୀକ୍ଷକ ସ୍ତରୀୟ ପରୀକ୍ଷା] ପାଇଁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀନୀ/ ପ୍ରାର୍ଥୀଙ୍କୁ (ବୟସ ସୀମା କୋହଳ ବ୍ୟବସ୍ଥା ଅଧୀନରେ ଯୋଗ୍ୟ ପ୍ରାର୍ଥୀନୀ/ ପ୍ରାର୍ଥୀଙ୍କ ସମେତ) OUSSSC ୱେବସାଇଟ୍ [http://ousssc.odisha.gov.in] ରେ ଲଗ୍-ଇନ୍ ପୂର୍ବକ ତା ୧୫.୧୦.୨୦୨୬ ରିଖ (ପୂର୍ବାହ୍ନ ୧୦ ଘଣ୍ଟା) ଠାରୁ ତା ୨୯.୧୦.୨୦୨୬ (ପୂର୍ବାହ୍ନ ୧୦ ଘଣ୍ଟା ଠାରୁ ରାତ୍ର ୧୦ ଘଣ୍ଟା) ମଧ୍ୟରେ ନିଜର ତଥ୍ୟ ଅଦ୍ୟତନ (Update) / ବୈଧୀକରଣ (Validation) ନିମନ୍ତେ ଜଣାଇ ଦିଆଯାଇଛି । ଏହି ଅଦ୍ୟତନୀକୃତ/ବୈଧୀକୃତ ତଥ୍ୟକୁ ପରୀକ୍ଷାର ସମସ୍ତ ପରବର୍ତ୍ତୀ ପର୍ଯ୍ୟାୟ ଏବଂ ସମ୍ପୃକ୍ତ କାର୍ଯ୍ୟ ପାଇଁ ଚୂଡ଼ାନ୍ତ ବୋଲି ବିବେଚନା କରାଯିବ । ଏ ସଂପର୍କରେ ଓଡ଼ିଶା ୟୁନିଫାଏଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ (ousssc) କାର୍ଯ୍ୟାଳୟ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଆବେଦନ କରିଥିବା ସମସ୍ତ ପ୍ରାର୍ଥିନୀ/ପ୍ରାର୍ଥୀଙ୍କ ଅବଗତି ନିମନ୍ତେ କାର୍ଯ୍ୟାଳୟ ପତ୍ର ସଂଖ୍ୟା-୭୧୩/ OUSSSC ତା-୧୪.୧୦.୨୦୨୬ ରେ ସୂଚନା ଦିଆଯାଇଛି । ସମସ୍ତ ପ୍ରାର୍ଥୀନୀ/ ପ୍ରାର୍ଥୀଙ୍କୁ ଉପର ଲିଖିତ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ନିମନ୍ତେ ଅବଗତ କରାଯାଇଛି ।

Leave a Reply

Your email address will not be published. Required fields are marked *