ରୋଡ଼ କ୍ରାଇମ୍ ଅପରାଧୀଙ୍କ ଉପରେ ଚଢ଼ାଉ

ମୋବାଇଲ ଫୋନ୍ ଲୁଟ୍ ମାମଲାରେ ୩ ଅଭିଯୁକ୍ତ ଗିରଫ**ଦୋଳମଣ୍ଡପ ସାହିରେ ବେଙ୍ଗଲି ଯାତ୍ରୀଙ୍କ ମୋବାଇଲ ଫୋନ୍ ଲୁଟ୍ ମାମଲା:*(କେସ ନମ୍ବର -୬୧/୨୦୨୬)ଗତ ତା.୨୯.୧.୨୬ ରିଖରେ ମେଦିନୀପୁର ଅଞ୍ଚଳରୁ ଆସିଥିବା ଯାତ୍ରୀ ସତ୍ୟଜିତ୍ ଜାନା (୨୬) ଙ୍କ ଠାରୁ ଦୁଇ ଜଣ ଦୁବୃର୍ତ୍ତ ଦୋଳମଣ୍ଡପ ସାହି ରାସ୍ତା ରେ ତାଙ୍କ ହାତରୁ ତାଙ୍କର ସାମସଙ୍ଗ ଗ୍ୟାଲେକ୍ସି ମୋବାଇଲ ଫୋନ୍ ଟିକୁ ଛଡ଼ାଇ ନେଇଥିଲେ। ଉକ୍ତ ଯାତ୍ରୀ ଜଣକ ନିରାଶ ହୋଇ ଟାଉନଥାନା ରେ ଅଭିଯୋଗ କରିଥିଲେ। ଟାଉନଥାନା ପୋଲିସ୍ ତାଙ୍କ ଅଭିଯୋଗ କୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତ ମାନେ ବ୍ରହ୍ମଗିରି ଅଞ୍ଚଳର ହୋଇଥୂବାରୁ ସେମାନଙ୍କୁ ଚିହ୍ନଟ କରିବା ବିଳମ୍ବ ହୋଇଥିଲା । ଆହୁରି ମଧ୍ୟ ସେମାନେ ଚୋରି ମୋବାଇଲ ଫୋନ ଟିକୁ ବହୁତ ଦିନ ପର୍ଯ୍ୟନ୍ତ ବ୍ୟବହାର କରିନଥିଲେ। ଗତ ୧୦ ଦିନ ତଳେ, ସେମାନେ ବ୍ରହ୍ମଗିରି ଅଞ୍ଚଳର ଜଣକୁ ୬୦୦୦/- ଟଙ୍କା ରେ ଉକ୍ତ ଚୋରି ଫୋନ୍ ଟିକୁ ବିକ୍ରି କରିଥିଲେ। କିଣିଥିବା ବ୍ୟକ୍ତି‌ ଉକ୍ତ ଫୋନ୍ କୁ ବ୍ୟବହାର କରିବାରୁ ପୋଲିସ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲ। ଏବଂ ଚୋରି ଫୋନ୍ ଟିକୁ ମଧ୍ୟ ଜବତ କରାଯାଇଥିଲା ।ଅଭିଯୁକ୍ତ ମାନେ ହେଲେ:୧) ଦିପକ୍ ଭୋଇ (୨୪), କୁସୁପୁର, ବ୍ରହ୍ମଗିରି।୨) ଅଭିମନ୍ୟୁ ସ୍ଵାଇଁ (୪୦), କୁସୁପୁର, ବ୍ରହ୍ମଗିରି ।୩) ରାଜେଶ ବେହେରା (୨୮), ଗୋଖାସାହି, ବାଶେଳି ସାହି।ସମସ୍ତ ଅଭିଯୁକ୍ତଙ୍କୁ ଆଜି ମାନ୍ୟବର ଏସ୍.ଡି.ଜେ.ଏମ୍. ପୁରୀ ଙ୍କ କୋର୍ଟକୁ ଚାଲାଣ କରାଯାଇଥିଲା । ମାତ୍ର ସେମାନେ ଙ୍କ ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ପୁରୀ ଜିଲ୍ଲା କାରାଗାର କୁ ପଠାଇ ଦିଆଯାଇଛି । ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି।

Leave a Reply

Your email address will not be published. Required fields are marked *