ଫିଲିପାଇନ୍ସର ମନିଲାସ୍ଥିତ ଖାଲସା ଦିୱାନ ଗୁରୁଦ୍ୱାରା ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

୧୭ ନଭେମ୍ବର ୨୦୨୬: ପିଆଇବି ଦିଲ୍ଲୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମନିଲାରେ ଥିବା ଖାଲସା ଦିୱାନ ଗୁରୁଦ୍ୱାରା ପରିଦର୍ଶନ କରିଛନ୍ତି ଏବଂ ପଞ୍ଚ ପ୍ୟାରେଙ୍କ ଉପସ୍ଥିତିରେ ଏହି ଗୁରୁଦ୍ୱାରାର ପୁନଃବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ସିନେଟର ଫ୍ରାନ୍ସିସ୍ ଜୋସେଫ୍ ଏସ୍କୁଡେରୋ ଏବଂ ମନିଲା ସହରର ମେୟର ଫ୍ରାନ୍ସିସ୍କୋ ଇସ୍କୋ ମୋରେନୋଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

୧୯୦୧ରେ ପ୍ରତିଷ୍ଠିତ ଏବଂ ୧୯୦୩ରେ ବିଧିବଦ୍ଧ ଭାବରେ ସଂଗଠିତ ହୋଇଥିବା ଏବଂ ଅନୁଷ୍ଠାନଟି ୧୯୨୪ରେ ଖାଲସା ଦିୱାନ ନାମରେ ପଞ୍ଜୀକୃତ ହୋଇଥିଲା । ଖାଲସା ଦିୱାନ ଗୁରୁଦ୍ୱାରା ଫିଲିପାଇନ୍ସର ସବୁଠାରୁ ପୁରୁଣା ଗୁରୁଦ୍ୱାରା ହେବାର ଗୌରବ ବହନ କରେ । ଏହା ନିଜର ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ ଲୋକ କଲ୍ୟାଣକାରୀ କାର୍ଯ୍ୟକଳାପ ମାଧ୍ୟମରେ ମନିଲାରେ ବସବାସ କରୁଥିବା ଶିଖ ତଥା ଅନ୍ୟ ସମ୍ପ୍ରଦାୟର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି।

ଖାଲସା ଦିୱାନ ଗୁରୁଦ୍ୱାରା ଭାରତୀୟ-ଶିଖ ସମ୍ପ୍ରଦାୟ ଏବଂ ଫିଲିପାଇନ୍ସ ସମାଜ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ଭାବରେ କାର୍ଯ୍ୟ କରୁଛି ।

୧୭ ନଭେମ୍ବର ୨୦୨୬: ପିଆଇବି ଦିଲ୍ଲୀପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମନିଲାରେ ଥିବା ଖାଲସା ଦିୱାନ ଗୁରୁଦ୍ୱାରା ପରିଦର୍ଶନ କରିଛନ୍ତି ଏବଂ ପଞ୍ଚ ପ୍ୟାରେଙ୍କ ଉପସ୍ଥିତିରେ ଏହି ଗୁରୁଦ୍ୱାରାର ପୁନଃବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ସିନେଟର ଫ୍ରାନ୍ସିସ୍ ଜୋସେଫ୍ ଏସ୍କୁଡେରୋ ଏବଂ ମନିଲା ସହରର ମେୟର ଫ୍ରାନ୍ସିସ୍କୋ ଇସ୍କୋ ମୋରେନୋଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।୧୯୦୧ରେ ପ୍ରତିଷ୍ଠିତ ଏବଂ ୧୯୦୩ରେ ବିଧିବଦ୍ଧ ଭାବରେ ସଂଗଠିତ ହୋଇଥିବା ଏବଂ ଅନୁଷ୍ଠାନଟି ୧୯୨୪ରେ ଖାଲସା ଦିୱାନ ନାମରେ ପଞ୍ଜୀକୃତ ହୋଇଥିଲା । ଖାଲସା ଦିୱାନ ଗୁରୁଦ୍ୱାରା ଫିଲିପାଇନ୍ସର ସବୁଠାରୁ ପୁରୁଣା ଗୁରୁଦ୍ୱାରା ହେବାର ଗୌରବ ବହନ କରେ । ଏହା ନିଜର ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ ଲୋକ କଲ୍ୟାଣକାରୀ କାର୍ଯ୍ୟକଳାପ ମାଧ୍ୟମରେ ମନିଲାରେ ବସବାସ କରୁଥିବା ଶିଖ ତଥା ଅନ୍ୟ ସମ୍ପ୍ରଦାୟର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି।ଖାଲସା ଦିୱାନ ଗୁରୁଦ୍ୱାରା ଭାରତୀୟ-ଶିଖ ସମ୍ପ୍ରଦାୟ ଏବଂ ଫିଲିପାଇନ୍ସ ସମାଜ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ଭାବରେ କାର୍ଯ୍ୟ କରୁଛି ।

Leave a Reply

Your email address will not be published. Required fields are marked *