ନାବାଳିକା ଛାତ୍ରୀଙ୍କୁ ଅପହରଣ ଘଟଣାରେ ..ବିଦେଶୀ ନାଗରିକ ଗିରଫ
କ୍ୟାରମ କିଙ୍ଗ ଆପ ଜରିଆରେ ନାବାଳିକା ତଥା ଯୁକ୍ତ ୨ ଶ୍ରେଣୀର ଛାତ୍ରୀଙ୍କୁ ଫାଶରେ ପକାଇ ଅପହରଣ କରିଥିବା ବିଦେଶୀ ନାଗରିକଙ୍କୁ ପୁରୀ ପୋଲିସ ଭୁବନେଶ୍ୱର ଜାଗମରା ଅଞ୍ଚଳର ଏକ ହୋଟେଲରୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ଜଣଙ୍କ କେନିଆର ମହମ୍ମଦ ଜାଇସ ମହମ୍ମଦ।ଗତକାଲି ପୁରୀ ଏସ ସି ଏସ କଲେଜ ପାଖରୁ ମହମ୍ମଦ ଜୈସ ନାବାଳିକା ତଥା ଛାତ୍ରୀଙ୍କୁ ଅପହରଣ କରି ତାଙ୍କ ଘରକୁ ଏକଲକ୍ଷ ଟଙ୍କା ଦାବି କରିବା ପରେ ନାବାଳିକାର ବାପା ପୁରୀ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗକୁ ଆଧାର କରି ପୁରୀ ପୋଲିସ ଭୁବନେଶ୍ୱର କମିଶନରେଟ ପୋଲିସ ସହାୟତାରେ ବିଦେଶୀ ନାଗରିକଙ୍କୁ ଗିରଫ କରିଥିଲା।

ଅଭିଯୁକ୍ତଙ୍କର ଭିସା,ପାସପୋର୍ଟ,ସହ କୋରାନ ଲିଖିତ ଏକ ଡାଏରୀ ଓ କିଛି ବିଦେଶୀ ଟଙ୍କା ଜବତ କରାଯାଇଛି।ଏପରିକି ବିଦେଶୀ ନାଗରିକ ଜଣଙ୍କ ନଭେମ୍ବର ୧୮ ତାରିଖରେ ଭାରତ ଆସିଥିଲେ।ସେ ଗୁଜରାଟ ରେ ତାଙ୍କର ସମ୍ପର୍କୀୟଙ୍କ ଚିକିତ୍ସା ଲାଗି ଆସିଥିବା ପୋଲିସ କହୁଥିବା ବେଳେ ଗତକାଲି ନାବାଳିକାକୁ ଅପହରଣ କରି ଏକଲକ୍ଷ ଟଙ୍କା ମାଗିବା ପଛର ପ୍ରକୃତ ତଥ୍ୟ କାଢ଼ିବା ବୋଲି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
