କାର୍ତ୍ତିକ ପୂର୍ଣ୍ଣିମାରେ ଦେବୟୁଗ ପରିବାରର ଦ୍ୱିତୀୟ ବାର୍ଷିକ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ।
କାର୍ତ୍ତିକ ପୂର୍ଣ୍ଣିମାରେ ଦେବୟୁଗ ପରିବାରର ଦ୍ୱିତୀୟ ବାର୍ଷିକ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ।ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭୁବନେଶ୍ୱରର ଐତିହାସିକ ବିନ୍ଦୁସାଗରସ୍ଥିତ ଭୋଗଖିଆ ଘାଟଠାରେ ଦେବୟୁଗ ପରିବାର ପକ୍ଷରୁ ଦ୍ୱିତୀୟ ବର୍ଷ ପାଇଁ ବୋଇତ ବନ୍ଦାଣ, ପ୍ରସାଦ ସେବନ ଓ ଭଜନ କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶରେ ଆୟୋଜିତ ହୋଇଯାଇଛି।ଏହି ଅବସରରେ ପ୍ରାୟ ୨୮୦୦ ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ନିମନ୍ତେ ମହାପ୍ରସାଦ ସେବନର ସୁବ୍ୟବସ୍ଥା କରାଯାଇଥିଲା। ଏଥିସହ ଭଜନ କାର୍ଯ୍ୟକ୍ରମ ମାଧ୍ୟମରେ ସମଗ୍ର ପରିବେଶ ଭକ୍ତି ଓ ଆଧ୍ୟାତ୍ମିକତାରେ ମୁଖରିତ ହୋଇଉଠିଥିଲା।ଓଡ଼ିଶାର ଗୌରବମୟ ସାଧବ ପରମ୍ପରା, ପ୍ରାଚୀନ ନୌବାଣିଜ୍ୟ ଓ ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସ୍ମରଣ କରିବା ସହ ସେବା, ସମର୍ପଣ, ଭାଇଚାରା ଓ ସାମାଜିକ ଏକତାର ବାର୍ତ୍ତା ପ୍ରସାର କରିବା ଏହି ଆୟୋଜନର ମୂଳ ଲକ୍ଷ୍ୟ ରହିଥିଲା।ଏହି କାର୍ଯ୍ୟକ୍ରମରେ ଦେବୟୁଗ ପରିବାରର ଅଧ୍ୟକ୍ଷ ଶ୍ରୀ ଦେବବ୍ରତ ନାୟକ, ସଭାପତି ଇଂ. ସ୍ମୃତି ସାମନ୍ତରାୟଙ୍କ ସମେତ ପରିବାରର ବହୁ ସଦସ୍ୟ ଓ ସ୍ୱେଚ୍ଛାସେବୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।ଦେବୟୁଗ ପରିବାରର ଏହି ନିରନ୍ତର ସାମାଜିକ ଓ ସାଂସ୍କୃତିକ ପ୍ରୟାସ ମାଧ୍ୟମରେ ଆମ ଓଡ଼ିଆ ପରମ୍ପରାର ସଂରକ୍ଷଣ ସହ ମାନବସେବା ଓ ସାମାଜିକ ସଦ୍ଭାବନାର ଏକ ସୁନ୍ଦର ବାର୍ତ୍ତା ପ୍ରସାରିତ ହୋଇଛି।
