ସଂବିଧାନ ଦିବସ

ସଂବିଧାନ ଦିବସ
(ଆଲେଖ୍ଯ: କେଶବ ଚନ୍ଦ୍ର ନାୟକ,ଏମ୍.ଏ ସମାଜ ବିଜ୍ଞାନ)
………………………………………………………………
ଗତ ୨୦୧୫ ମସିହା ୧୯ ନଭେମ୍ବର ଦିନ ଭାରତ ସରକାର ୨୬ ନଭେମ୍ବର କୁ ସମ୍ବିଧାନ ଦିବସ ଭାବରେ ପାଲନ କରିବା ପାଇଁ ଗ୍ଯାଜେଟରେ ବିଜ୍ଞପ୍ତି ପ୍ରକାଶ କଲେ। ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ୧୧ ଅକ୍ଟୋବର ୨୦୧୫ରେ ଯେତେବେଳେ ମୁମ୍ବାଇ ଠାରେ ଡ. ବି.ଆର ଆମ୍ବେଦକରଙ୍କ ସମତା ସ୍ମାରକୀ ପ୍ରତିମୂର୍ତ୍ତିର ଶିଳାନ୍ଯାସ କରୁଥିଲେ, ଯାହାକି ୧୩୧ତମ ବାବା ସାହେବଙ୍କ ଜନ୍ମ ଦିନ ଥିଲା, ସେଠାରେ ସେ ଘୋଷଣା କଲେ ଯେ, ଡ. ଆମ୍ବେଦକର ଥିଲେ ଭାରତୀୟ ସମ୍ବିଧାନର ଜନକ ବା ସମ୍ବିଧାନ ଚିଠା କମିଟିର ଚେୟାରମ୍ୟାନ । ତାଙ୍କ ମହାନ କାର୍ଯ୍ଯକୁ ସ୍ମରଣ କରିବା ପାଇଁ ସମସ୍ତ ଭାରତୀୟ ନଭେମ୍ବର ୨୬କୁ ଭାରତୀୟ ସଂବିଧାନ ଦିବସ ବା ଜାତୀୟ ଆଇନ୍ ଦିବସ ରୂପେ ପାଳନ କରିବା ପାଇଁ ଆହ୍ବାନ ଦେଇଥିଲେ। ଫଳରେ ୨୦୧୫ ମସିହାରୁ ନଭେମ୍ବର ୨୬କୁ ସଂବିଧାନ ଦିବସ ରୂପେ ପାଳନ କରାଯାଉ ଅଛି।
ଭାରତ ଇଂରେଜମାନଙ୍କ ଶାସନରୁ ମୁକ୍ତ ହୋଇ ମହାତ୍ମା ଗାନ୍ଧିଙ୍କ ନେତୃତ୍ବରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ବାଧୀନତା ପ୍ରାପ୍ତ ହେଲା I ଦେଶକୁ ଚଳାଇବାକୁ ଏକ ସଂବିଧାନର ଆବଶ୍ଯକ ପଡିଲା I ୧୯୩୪ ମସିହା ପର୍ଯ୍ଯନ୍ତ ଭାରତର ଜନସାଧାରଣ ନିଜ ଦେଶ ପାଇଁ ଏକ ସଂବିଧାନ ପ୍ରସ୍ତୁତ କରିବା ସଂପର୍କରେ ସଚେତନ ନଥିଲେ Iଏହି ଚିନ୍ତାଧାରା ପ୍ରଥମେ ମାନବେନ୍ଦ୍ର ନାଥ ରାୟ ଚିନ୍ତା କରି ଦାବି ଉପସ୍ଥାପନ କରିଥିଲେ Iଏଥି ପାଇଁ ୧୯୪୬ ମସିହା ଜୁଲାଇ ମାସରେ ଶାସନ ବିଧାୟକ ସଭା ନିର୍ବାଚନ ଆୟୋଜିତ ହୋଇଥିଲା I ଫଳରେ କଂଗ୍ରେସକୁ ୨୯୬ ରୁ ୨୧୧ଟି ସଦସ୍ଯ,ମୁସଲିମ ଲିଗକୁ ୭୩ ସଦସ୍ଯ,ସ୍ବାଧୀନ ଓ ଅନ୍ଯାନ୍ଯ ଦଳକୁ ୧୨ ଜଣ ସଦସ୍ଯ ଏବଂ ରାଜ୍ଯମାନଙ୍କରୁ ୯୩ଟି ସଦସ୍ଯ ନିର୍ବାଚିତ ହୋଇଥିଲେ I
୧୯୪୬ ମସିହା ନଭେମ୍ବର ୯ ତାରିଖ ଦିନ ନିର୍ବାଚିତ ସଦସ୍ଯମାନଙ୍କୁ ନେଇ ଶାସନ ବିଧାୟକ ସଭାର ପ୍ରଥମ ଅଧିବେଶନ ବସିଥିଲା I କିନ୍ତୁ ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ଏବଂ ମୁସଲିମ ଲିଗର ପରାଜୟ ମହମ୍ମଦ ଅଲ୍ଲି ଜିନ୍ନାଙ୍କୁ ବ୍ଯଥିତ କରିଥିଲା I ତେଣୁ ସେ ଉକ୍ତ ଅଧିବେଶନକୁ ବର୍ଜନ କରି ଏକ ସ୍ବତନ୍ତ୍ର ମୁସଲିମ ଲିଗ ଶାସନ ବିଧାୟକ ସଭା ଗଠନ କରିବା ପାଇଁ ଦାବୀ କରାଗଲା I ଲର୍ଡ ମାଉଣ୍ଟ ବ୍ଯାଟନଙ୍କ ପରାମର୍ଶ କ୍ରମେ ଭାରତ ବିଭାଜନ ହେଲା I ନୂତନ ରାଷ୍ଟ୍ର ଭାବେ ପାକିସ୍ଥାନ ଜନ୍ମ ଲାଭ କଲା I ପାକିସ୍ଥାନ ତାଙ୍କ
ପାଇଁ ଅଲଗା ସଂବିଧାନ ଚିଠା ପ୍ରସ୍ତୁତ କଲା I ଭାରତ ନିଜର ସଂବିଧାନ ଚିଠା ପ୍ରସ୍ତୁତ କଲା I
ଶାସନ ବିଧାୟକର ମୁଖ୍ଯ କାର୍ଯ୍ଯଥିଲା ଭାରତ ପାଇଁ ଏକ ସଂବିଧାନ ପ୍ରସ୍ତୁତ କରିବା I ଏଥି ପାଇଁ ବିଭିନ୍ନ କମିଟି ଗଠନ କରାଗଲା I ତନ୍ମଧ୍ଯରୁ ଚିଠା କମିଟି ଅନ୍ଯତମ I ଚିଠା ପ୍ରସ୍ତୁତ କମିଟି ୧୯୪୭ ମସିହା ଅଗଷ୍ଟ ୨୯ ତାରଖରେ ଗଠିତ ହୋଇଥିଲା I ଏହି ଚିଠା କମିଟିରେ ୭ ଜଣ ସଦସ୍ଯମାନଙ୍କୁ ନେଇ ଗଠିତ ହେଲା I ଏହାର ଅଧ୍ଯକ୍ଷ ଥିଲେ ଡ. ଭୀମ ରାଓ ଆମ୍ବେଦକର ଏବଂ ଅନ୍ଯାନ୍ଯ ସଦସ୍ଯ ଭାବରେ ଏନ୍ ଗୋପଳ ସ୍ବାମୀ ଆୟେଙ୍ଗାର,ଆଲ୍ଲାଦୀ କ୍ରିଷ୍ଣା ସ୍ବାମୀ ଆୟାର,କେ.ଏମ ମୁନ୍ସୀ, ସୟେଦ ମହମ୍ମଦ ସଦ୍ଯାଲ୍ଲା,ଏନ.ମାଧବ ରାଓ,ଡି.ପି.ଖୈତାନ I କିନ୍ତୁ ଡି.ପି.ଖୈତାନଙ୍କ ସ୍ବର୍ଗବାସ ଯୋଗୁଁ ଟି.ଟି କ୍ରିଷ୍ଣାମାଚାରୀଙ୍କୁ ସଦସ୍ଯ ଭାବରେ ଗ୍ରହଣ କରାଗଲା I
ଭାରତୀୟ ସଂବିଧାନ କାର୍ଯ୍ଯ ୧୯୪୬ ମସିହା ଡିସେମ୍ବର ୯ ତାରିଖ ଠାରୁ ଆରମ୍ଭ ହୋଇ ୨ ବର୍ଷ ୧୧ ମାସ ୧୮ ଦିନରେ ଶେଷ ହେଲା I ଅର୍ଥାତ ୧୯୪୯ ମସିହା ନଭେମ୍ବର ୨୬ ତାରଖରେ ଭାରତୀୟ ସଂବିଧାନ ଅଙ୍ଗିକାର ବଦ୍ଧ ହେଲା I ସମୂଦାୟ ୧୧ ଗୋଟି ଅଧିବେଶନରେ ୧୬୫ ଦିନ ସଂବିଧାନ ପ୍ରସ୍ତୁତି ବୈଠକ ଚାଲିଥିଲା ଏବଂ ସଂବିଧାନ ଚିଠା ଉପରେ ୧୧୪ ଦିନ ବ୍ଯାପି ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା I ସମୂଦାୟ ୭,୬୩୫ ଆଗତ ସଂଶୋଧନୀ ପ୍ରସ୍ତାବ ମଧ୍ଯରୁ ୨,୪୩୭ଟି ବିଷୟ ଉପରେ ଆଲୋଚନା କରାଯାଇ ଆବଶ୍ଯକ ସଂଶୋଧନ ଗ୍ରହଣ କରାଯାଇଥିଲା I ଶେଷରେ
୩୯୫ଟି ଧାରା ଏବଂ ୮ଟି ଉପଧାରା ପ୍ରଣୟନ କରା ଯାଇଥିଲା ବେଳେ ୨୨ ଭାଗରେ ବିଭକ୍ତ କରାଯାଇଥିଲା I ଏଥିରେ ସମୂଦାୟ ୧୪୫ ହଜାର ଶବ୍ଦ ବ୍ଯବହାର କରାଯାଇଛି I ୧୯୫୦ ମସିହା ଜାନୁୟାରୀ ୨୬ ତାରଖ ଦିନ ଭାରତର ରାଷ୍ଟ୍ରପତି ଡ.ରାଜେନ୍ଦ୍ର ପ୍ରସାଦଙ୍କ ସ୍ବୀକୃତି ଲାଭ କରି କାର୍ଯ୍ଯକ୍ଷମ ହେଲା I ଏହି ସଂବିଧାନକୁ ଲାଗୁ କରିବା ପାଇଁ ୨୮୪ ଜଣ ସଦସ୍ଯ ଦସ୍ତଖତ କରିଥିଲେ I ପ୍ରଥମେ ଏହ ସଂବିଧାନ ଦସ୍ତାବିଜରେ
ପଣ୍ଡିତ ଜବାହାରଲାଲ ନେହୁର ଦସ୍ତଖତ କରଥିବା ବେଳେ ଶେଷରେ ଡ.ରାଜେନ୍ଦ୍ର ପ୍ରସାଦ ଦସ୍ତଖତ କରଥିଲେ I
ଡ. ଆମ୍ବେଦକର ୬୦ଟି ଦେଶର ସଂବିଧାନ ଗଭୀର ଭାବରେ ଅଧ୍ଯୟନ କରିଥିଲେ I ଭାରତ ଏକ ବହୁ ଜାତି,ବହୁଭଷା,ବହୁ ଧର୍ମ ତଥା ଲିଙ୍ଗୀୟ ବିଭେଦ ମଧ୍ଯରେ ସମସ୍ତଙ୍କ କଲ୍ଯାଣ ଉଦ୍ଦେଶ୍ଯରେ ଏକ ଜନ ମଙ୍ଗଳ ରାଷ୍ଟ୍ର ପାଇଁ ସୁନ୍ଦର ଏକ ସମ୍ବିଧାନ ନିର୍ମାଣ କଲେ I ଡ. ବାବା ସାହେବ ସଂବିଧାନର ନିର୍ମାତା ଭାବରେ ସୁପରିଚିତ I ଭାରତୀୟ ସଂବିଧାନର ସେ ଜନକ I ଜାତି,ଧର୍ମ,ବର୍ଣ୍ଣ ,ଲିଂଗ ନିର୍ବିଶେଷରେ ଆମେ ସମସ୍ତେ ସମାନ I ଡ. ବାବା ସାହେବ ଆମ୍ବେଦକର ବିଶ୍ବର ସର୍ବ ଶ୍ରେଷ୍ଠ ବିଦ୍ବାନ ଭାବରେ ସର୍ବତ୍ର ସୁପରିଚିତ I ତାଂକର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ପୃଥିବୀର ସର୍ବ ବୃହତ୍ତ ଲିଖିତ ଭାରତୀୟ ସଂବିଧାନ ୧୯୪୯ ମସିହା ନଭେମ୍ବର ୨୬ ତାରିଖ ଦିନ ପ୍ରାପ୍ତ ହୋଇଥିଲା I ଏଣୁ ଏହି ଦିନକୁ ସଂବିଧାନ ଦିବସ ଭାବେ ଭାରତ ସରକାରୀ ୨୦୧୫ରୁ ପାଳନ ଲାଗି ନିର୍ଦ୍ଦେଶ ଦେଇଥିବା ବେଳେ ବେସରକାରୀ ଅନୁଷ୍ଠାନଗୁଡିକ ଦୀର୍ଘ ଦିନ ହେଲା ପାଳନ କରି ଆସୁଛନ୍ତି I
ଭାରତୀୟ ସଂବିଧାନର ମୌଳିକ ବୈଶିଷ୍ଟ୍ଯ ହେଲା ଭାରତ ଏକ ସାର୍ବଭୌମ,ସମାଜବାଦ,ଧର୍ମ ନିରପେକ୍ଷ,ଗଣତାନ୍ତ୍ରିକ ଓ ସାଧାରଣତନ୍ତ୍ର
ରାଷ୍ଟ୍ର I ସାମାଜିକ,ରାଜନୈତିକ,ଅର୍ଥନୈତିକ କ୍ଷେତ୍ରରେ ନ୍ଯାୟ ପ୍ରଦାନ ଲାଗି ଯୁକ୍ତି ଉପସ୍ଥାପିତ କରାଯାଇଛି I ଭାରତକୁ ଏକ ଜନ ମଙ୍ଗଳ ରାଷ୍ଟ୍ରରେ ପରିଣତ କରି ସମସ୍ତ ନାଗରିକଙ୍କୁ ସ୍ବାଧୀନତା,ସମାନତା,ନ୍ଯାୟ, ଓ ଭାତୃତ୍ବ ବନ୍ଧନରେ ବାନ୍ଧି ଜାତୀୟ ସଂହତି ସ୍ଥାପନ କରିବା ଏହାର ଆଭିମୁଖ୍ଯ I
ବର୍ତ୍ତମାନ ୨୦୨୦ ମସିହା ସୁଦ୍ଧା ଭାରତର ସଂବିଧାନକୁ ୧୨୪ ଥର ସଂଶୋଧନ କରାଗଲାଣି I ୩୯୫ ଅନୁଛେଦରୁ ୪୪୮ ଅନୁଛେଦକୁ ବୃଦ୍ଧି
ପାଇଛି I ୮ ଅନୁସୂଚିରୁ ୧୨ ଅନୁସୂଚିକୁ ବଢିଥିବା ବେଳେ ୧୨ ଭାଗରୁ ବଢି ୨୫ ଭାଗରେ ପହଞ୍ଚିଛି ଏବଂ ୫ଟି ଅନୁଲଗ୍ନଂକ ସଲଗ୍ନ କରାଯାଇଛି I
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋ. ନଂ:୯୪୩୭୭୭୯୪୪୭

Leave a Reply

Your email address will not be published. Required fields are marked *