କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କଢାଯିବା ପ୍ରକ୍ରିୟାକୁ ଅନୁଧ୍ୟାନ କଲେ ଏଏସଆଇ ର ୧୫ଜଣିଆ ବିଶେଷଜ୍ଞ ଦଳ ।
କୋଣାର୍କ,: କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କଢାଯିବା ପ୍ରକ୍ରିୟାକୁ ଅନୁଧ୍ୟାନ କଲେ ଏଏସଆଇ ଡିଜି ଯଦୁବୀର ସିଂ ରାଓ୍ବତ। ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟାରୁ ଅଧିକ ସମୟ ତନ୍ନ ତନ୍ନ କରି ଅନୁଧ୍ୟାନ କରିଛନ୍ତି। ଉତ୍ତର ପଶ୍ଚିମ କୋଣ ହାତୀଦ୍ବାର ନିକଟରେ ଏଡିଜିଙ୍କ ସମେତ ୧୫ ଜଣିଆ ବିଶେଷଜ୍ଞ ଦଳ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢ଼ା ପ୍ରକ୍ରିୟା, ସମୟାନୁଯାୟୀ ମନ୍ଦିରର ଭିତ୍ତିଭୂମିର ଅବସ୍ତିତି , ମନ୍ଦିର ସଂରକ୍ଷଣ ଆଦି ସମୀକ୍ଷା କରିଥିଲେ। ଏଥିସହ ସେଠାରେ ପୂଜାର୍ଚ୍ଚନା ମଧ୍ୟ କରାଯାଇଥିଲା। ଉତ୍ତର ପଶ୍ଚିମ କୋଣରେ ଏକ ଟନେଲ ନିର୍ମାଣ ହେବ ଏବଂ ସମସ୍ତଙ୍କ ପରାମର୍ଶକ୍ରମେ ବାଲି କଢା ନିଷ୍ପତ୍ତି ନିଆଯିବ ବୋଲି ଯଦୁବୀର ସିଂ ରାଓ୍ବତ ସୂଚନା ଦେଇଥିଲେ। ଏଏସଆଇ ଡିଜିଙ୍କ ସହିତ ଏଡିଜି ଜାନଭିଜ ଶର୍ମା , ଡାଇରେକ୍ଟର କନଜରଭେସନ ଭୀମା ଆଜମିର ସର୍କଲ ସୁପରିଟେଣ୍ଡେ ଡ଼ଃ ଡି.ବି ଗଡ଼ନାୟକ , ଡେପୁଟି ସୁପରିଟେଣ୍ଡେ ଚିତ୍ତରଞ୍ଜନ ଦାଶ , ଜୀବନ ପଟ୍ଟନାୟକଙ୍କ ସମେତ ବିଶେଷଜ୍ଞ ଦଳ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗତ ୨୦୨୨ ସେପ୍ଟେମ୍ବର ମାସ ୮ ତାରିଖରେ ଏଏସଆଇ ଓ ବିଡିଆର ନିର୍ମାଣ ବିଭାଗ ସୂର୍ଯ୍ୟମନ୍ଦିର ଗର୍ଭଗୃହ ଦ୍ୱାର ନିକଟରେ ପୂଜାର୍ଚ୍ଚନା ସହିତ ହୋମଯଜ୍ଞ କରି ଶୁଭ ଦେଇଥିଲେ। ୨୦୨୩ ଜାନୁୟାରୀ ମାସରେ କାର୍ଯ୍ୟ ଆରମ୍ଭ ହୋଇଥିଲା।
