ଅଦିନିଆ କାଳ ବୈଶାଖୀ ରେ ଭୁଶୁଡି ପଡିଲା ୭୦ ବର୍ଷର ବଟବୃକ୍ଷ!

ଧର୍ମଶାଳା-ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ସୁନ୍ଦୁରିଆ ପଞ୍ଚାୟତ ଅନ୍ତର୍ଗତ ପ୍ରତାପପୁର ଗ୍ରାମ ହନୁମାନ ମନ୍ଦିର ପାଖରେ ଥିବା ୭୦ ବର୍ଷର ମହା ମେରୁ ବଟ ବୃକ୍ଷଟି ଗତକାଲି ସନ୍ଧ୍ୟା ସମୟରେ ଅଦିନିଆ କାଳ ବୈଶାଖୀ ଯୋଗୁ ଭୁଶୁଡି ପଡ଼ିଛି l ଏତେ ବଡ଼ ବଟ ବୃକ୍ଷଟି ଉପୁଡ଼ିବା ଯୋଗୁ ପାଖରେ ଥିବା ଚନ୍ଦ୍ର ମଣି ସାହୁଙ୍କ ଘର ଉପରେ ପଡ଼ିଥିଲା ଯାହା ଫଳରେ ଘରର ସମ୍ପୂର୍ଣ୍ଣ ଆଜେବେଷ୍ଟେ ଭାଙ୍ଗି ନଷ୍ଟ ହୋଇ ଯାଇଛି। ଯାହା ଗ୍ରାମ ବାସୀଙ୍କୁ ଚକିତ କରିଦେଇଛି,ଏହି ବୃକ୍ଷଟି ପରିବେଶର ଶୋଭା ମାନ ବଢ଼ାଉଥିଲା,କେତେ ଯେ ବାତ୍ୟା ମହା ବାତ୍ୟା ଭଳି ଫନି ହୁଡୁ ହୁଡୁ, ବୁଲ ବୁଲ,ଅମ୍ଫାନ, ୟାସ, ଫାଇଲିନି,ତିତିଲି ର ସାମ୍ନା କରିଛି ହେଲେ ଟିକିଏବି କ୍ଷେୟ କ୍ଷେତ୍ତି ହୋଇନଥିଲା,କିନ୍ତୁ ଆଜି କିପରି ଅଚାନକ କାଳ ବୈଶାଖୀ ରେ ଭୁଶୁଡି ପଡ଼ିଲା ତାହା ସଭିଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି,ଏହି ବୃକ୍ଷ ଟିକୁ ପ୍ରତାପପୁର ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁଙ୍କ ଦ୍ୱାରା ଲଗାଯାଇଥିବାର ଗ୍ରାମ ବାସୀ ମାନେ କୁହନ୍ତି ,ଯାହା ବି ହେଉ ଗଛଟି ଥିବାରୁ ଗ୍ରାମ ଏବଂ ମନ୍ଦିର ର ଶୋଭା ସୌନ୍ଦର୍ଯ୍ୟ ବଢ଼ାଇ ଆସୁଥିଲା।

Leave a Reply

Your email address will not be published. Required fields are marked *