ଓଡିଶା ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା

ଓଡିଶା ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ l ଏହି ସୁନ୍ଦର ବାଲୁକା କଳା ମାଧ୍ୟମରେ ସେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ବାଲୁକା କଳାରେ ଜଗନ୍ନାଥ ପ୍ରତିମୂର୍ତ୍ତି କରିବା ସହ “ବନ୍ଦେ ଉତ୍କଳ ଜନନୀ” ଥିମ୍‌ରେ ଓଡିଶାର କଳା, ସଂସ୍କୃତି ଓ ପରମ୍ପରାକୁ ପ୍ରତିଫଳିତ କରିଛନ୍ତି ଯାହା ଓଡିଶାର ଗୌରବକୁ ବଖାଣିଥାଏ। ଓଡିଶାର ପ୍ରତିଷ୍ଠା ଦିବସକୁ ସ୍ମରଣୀୟ କରିବା ଓ କଳା ମାଧ୍ୟମରେ ସାଧାରଣ ଜନତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ ପଟ୍ଟନାୟକ l

Leave a Reply

Your email address will not be published. Required fields are marked *