ୟୁଥ୍ ହଷ୍ଟେଲ ସଭାଗୃହରେ ପ୍ରିୟପତ୍ର ପକ୍ଷରୁ ଏକ ପୁସ୍ତକ ଉନ୍ମୋଚନ ଉତ୍ସବ

ପୁରୀ,ଆଜି ଅପରାହ୍ନରେ ସ୍ଥାନୀୟ ୟୁଥ୍ ହଷ୍ଟେଲ ସଭାଗୃହରେ ପ୍ରିୟପତ୍ର ପକ୍ଷରୁ ଏକ ପୁସ୍ତକ ଉନ୍ମୋଚନ ଉତ୍ସବ ଏବଂ କବିତା ଆସର ବିପିନ ବିହାରୀ ଦଳାଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ଡକ୍ଟର ହେମନ୍ତ କୁମାର ଛୋଟରାୟ, ଡକ୍ଟର ପ୍ରତିମାରାଣୀ ମିଶ୍ର ଷଡ଼ଙ୍ଗୀ, ବିଜୟଲକ୍ଷ୍ମୀ ଦାଶ ମିଶ୍ର, ଦୟାନିଧି ତ୍ରିପାଠୀ , ପୈ। ର୍ଣ୍ଣମାସୀ ଦେବୀଉପସ୍ଥିତ ରହି ପୁସ୍ତକ ଉନ୍ମୋଚନ କରି ଗାଳ୍ପିକା ରଶ୍ମି ରଞ୍ଜିତା ସିଂହଙ୍କ ଲେଖନୀକୁ ପ୍ରଶଂସା କରିଥିଲେ।ଏହି ଅବସରରେ ଆୟୋଜିତ କବିତା ଆସରକୁ ସଂଯୋଜନା କରିଥିଲେ ପ୍ରବାସିନୀ ମିଶ୍ର ଏବଂ ଆରତୀ ଜେ ଦାସ । ମହେନ୍ଦ୍ର ଦାଶ, କଳ୍ପନା ମିଶ୍ର, ସତ୍ୟଭାମା ନାୟକ, ସନ୍ନ୍ୟାସୀ ନାୟକ, ଯୋଗେଶ୍ଵର ନାୟକ, ସଦାଶିବ ମିଶ୍ର, ଶୁଭଶ୍ରୀ ସିଂହ, ପ୍ରତିଭା ଦାଶ, ହେମନ୍ତ କୁମାର ସାହୁ, ଚନ୍ଦ୍ରଶେଖର ମହାରାଣା, ବିଚିତ୍ରାନନ୍ଦ ମହାପାତ୍ର, ବିଜୟ କୁମାର ପଣ୍ଡା, ମହାମାୟା ତେଜାନୀ, ସରୋଜିନୀ ସାହୁ ପ୍ରମୁଖ କବିତା ପାଠ କରିଥିଲେ।ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର।

Leave a Reply

Your email address will not be published. Required fields are marked *