ସତ୍ୟବାଦୀ ଥାନା ଅଧୀନ ଅଞ୍ଚଳରେ ଅବୈଧ ଭାବରେ ଆତସବାଜି ତିଆରି ଓ ରଖିବା ସମ୍ପର୍କରେ ଏକ ମାମଲା ରଜିଷ୍ଟ୍ର ହୋଇଛି ।
ତା. 16.10.2025 ରେ ବି.ଏନ.ଏସ. ଧାରା 288, ଓଡିଶା ଫାୟାରୱର୍କସ୍ ଏବଂ ଲାଉଡସ୍ପିକର ଆକ୍ଟ ଧାରା 5, ଏବଂ ଇଣ୍ଡିଆନ୍ ଏକ୍ସପ୍ଲୋସିଭ୍ସ ଆକ୍ଟ ଧାରା 9 (B) ଅନୁଯାୟୀ ମାମଲା ରଜିଷ୍ଟ୍ର ହୋଇଛି । ଏହି ମାମଲାରେ ଅଭିଯୁକ୍ତ ଭାବରେ ସୁସନ୍ତ କୁମାର ବେହେରା (ବୟସ 45), ପିତା ଅଦୈତ ବେହେରା, କଳାପାହାଡ଼, ସତ୍ୟବାଦୀ, ପୁରୀ, ଙ୍କୁ ଚିହ୍ନଟ କରାଯାଇଛି । ଅଭିଯୁକ୍ତଙ୍କୁ ଆତସବାଜି ଓ ବିସ୍ଫୋରକ ସାମଗ୍ରୀ ରଖିବା ଓ ତିଆରି କରିବାର ଅଭିଯୋଗରେ ଗିରଫ କରାଯାଇଛି । ପୁରୀ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ — ଆଗାମୀ ପର୍ବ ପର୍ବାଣୀ ସମୟରେ ଅନୁମୋଦିତ ଆତସବାଜି ବ୍ୟତୀତ ଅନ୍ୟାନ୍ୟ ବିସ୍ଫୋରକ ଜିନିଷ ବ୍ୟବହାର ନକରନ୍ତୁ । ଅବୈଧ କାରଖାନା ବା ମାଗଜିନ ସମ୍ପର୍କରେ ତଥ୍ୟ ଥାଇଲେ ନିକଟସ୍ଥ ଥାନା କିମ୍ଭା ୧୧୨କୁ ଜଣାନ୍ତୁ ।
