ସ୍ଵପ୍ନେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ
ଧର୍ମଶାଳା = ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ମହିଶରା ଗ୍ରାପ ଅନ୍ତର୍ଗତ ସ୍ଵପ୍ନେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ,ବାଟିଯୋଡ଼ାର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ଵପ୍ନେଶ୍ଵର ମନ୍ଦିର ଓ ମା ସନ୍ତୋଷୀ ମନ୍ଦିର ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ୦୫ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ଜାଗର ମହୋତ୍ସବ ଯୋଗୁଁ କିଛି ସ୍ଥାନରେ ପ୍ଲାଷ୍ଟିକ, ପଲିଥିନ ଓ ଅଳିଆ ଆବର୍ଜନା ପଡି ରହିଥିଲାl ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ଏହି ଲକ୍ଷରେ ପ୍ରଧାନ ଶିକ୍ଷକ ଶ୍ରୀ ରାଜେନ୍ଦ୍ର କୁମାର ପ୍ରଧାନଙ୍କ ନିର୍ଦ୍ଦେଶରେ ଏବଂ ବିଦ୍ୟାଳୟର ଇକୋ କ୍ଳବ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ସାରଥୀ ହାଁସଦାଙ୍କ ତତ୍ୱାବଧାନରେ ପିଲାମାନେ ଉକ୍ତ ସ୍ଥାନଗୁଡିକୁ ଯାଇ ପରିଷ୍କାର ପରିଚ୍ଛନ୍ନ କରିଥିଲେ ଓ ସ୍ଥାନଗୁଡିକୁ ପ୍ଲାଷ୍ଟିକ ମୁକ୍ତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ଚେୟାର ପର୍ସନ ଶ୍ରୀ ପ୍ରକାଶ କୁମାର ନାୟକ ସମେତ ସମସ୍ତ ସଭ୍ୟ ସଭ୍ୟା, ପଞ୍ଚସଖା ଶିକ୍ଷାସେତୁର ସଭାପତି ଶ୍ରୀ ସୁରେଶ କୁମାର ନାୟକ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ l ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ମଧ୍ୟରେ ପ୍ରଦୀପ କୁମାର ପ୍ରଧାନ, ରଶ୍ମିତା ମହାରଣା, ସ୍ରୋତସ୍ୱିନୀ ଦାସ, ଦୀପାଳି ମହାରଣା, ରାଜଲଷ୍ମୀ ମହାପାତ୍ର, ସଚ୍ଚିଦାନନ୍ଦ ବେହେରା, ରଞ୍ଜନ କୁମାର ନାୟକ, ସୁଜାତା ରାଉତ, ନବୀନ ଦେହୁରୀ,ଚମ୍ପା ଦାସ,ସୁଶାନ୍ତ କୁମାର ସାହୁ, ବିଭାସ କୁମାର ପାତ୍ର, କାଁହୁ ଚରଣ ପଣ୍ଡା ଓ ସୁଜିତ କୁମାର ପରିଡାଙ୍କ ବଳିଷ୍ଠ ସହଯୋଗରେ କାର୍ଯ୍ୟକ୍ରମ ଟି ଶାନ୍ତିଶୃଙ୍ଖଳା ସହ ସମାପନ ହୋଇଥିଲା l “ପରିବେଶକୁ ସୁସ୍ଥ ରଖିବା, ପ୍ଲାଷ୍ଟିକ କୁ ନାଁ କରିବା” ଏହି ନାରା ଦେଇ ପିଲାମାନେ ବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ l ଏହି ସ୍ଵଛତା କାର୍ଯ୍ୟକ୍ରମ ପାଇଁ ଉପସ୍ଥିତ ଗ୍ରାମବାସୀମାନେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ l
