” ଶିଶୁ ପାଇଁ ଦିନଟିଏ “
” ଶିଶୁ ପାଇଁ ଦିନଟିଏ ” ଡେଲାଙ୍ଗ,୧୨/୩, ରାଜ୍ୟସ୍ତରୀୟ ସ୍ବେଛାସେବୀ ଅନୁଷ୍ଠାନ “ସଂଯୋଗ” କଟକ ଆନୁକୂଲ୍ୟରେ ମଣ୍ଡଳସ୍ତରୀୟ ଶିଶୁ ସୁରକ୍ଷା ସମିତିର ବିଭିନ୍ନ ଅଂଶୀଦାର ମାନଙ୍କର ଦାୟିତ୍ୱ ଏବଂ ଭୂମିକା ସଂପର୍କିତ ଏକ ଦିବସୀୟ କର୍ମଶାଳା ମଙ୍ଗଳବାର ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ବ୍ଲକ ଅଧକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ,ସହ ନିର୍ଦ୍ଦେଶକ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ, ପ୍ରକଳ୍ପ ନିର୍ଦ୍ଦେଶକ, ସଂଯୋଗ, କଟକ ର ପ୍ରଶାନ୍ତ କୁମାର ପାଲଟାସିଂହ,ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ସୁଷମା ଦାଶ,ଏଲପିଓ ପୁରୀ ଜିଲ୍ଲା ଶିଶୁ ସୁରକ୍ଷା ସମିତି ର ସନ୍ତୋଷ କୁମାର ସାହୁ ପ୍ରମୁଖ ମଞ୍ଚାସିନ ଥିଲେ ! କାର୍ଯ୍ୟକ୍ରମ ପ୍ରାରମ୍ଭ ରେ କ୍ଷେତ୍ରୀୟ ପ୍ରକଳ୍ପ ସଂଯୋଜକ, ସଂଯୋଗ ର ରୁପାଲୀ ମହାନ୍ତି ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ !

ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ଗ୍ରାମ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ /ସଭ୍ୟା, ଆଇସିଡ଼ିଏସ ସୁପରଭାଇଜର, ଅଙ୍ଗନାୱାଡ଼ିକର୍ମୀ ସହିତ ସିଭିଲ ସୋସାଇଟି ଅର୍ଗାନାଇଜେସନ, ଜିଲ୍ଲା ଶିଶୁ ସୁରକ୍ଷା ସମିତି, ଏବଂ ସଂଯୋଗର କର୍ମକର୍ତ୍ତା ଉପସ୍ଥିତ ଥିଲେ ! ଶିଶୁ ଅଧିକାର ଓ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ନେଇ ଗ୍ରାମ୍ୟ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ସମିତି (ଗାଁ କଲ୍ୟାଣ ସମିତି ), ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ସମିତି ଓ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା ସମିତି ଗୁଡିକର ଭୂମିକା ଓ କାର୍ଯ୍ୟକରିବାର ଦକ୍ଷତାର ବିକାଶ ଏବଂ ସଚେତନତା ଉପରେ ଆଲୋଚନା ହୋଇଥିଲା ! ଶେଷରେ କ୍ଷେତ୍ରୀୟ ପ୍ରକଳ୍ପ ସଂଯୋଜିକା ରୁପାଲୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ !
