ବାଲ୍ୟ ବିବାହ ନିରାକରଣ ନିମନ୍ତେ “ଶିଶୁ ପାଇଁ ଦିନଟିଏ ” ସଚେତନତା କାର୍ଯ୍ୟକ୍ରମ

ରାୟଗଡା-୨୧/୫-ରାୟଗଡା ଜିଲ୍ଲାରେ ବାଲ୍ୟବିବାହ ନିବାରଣ ନିମନ୍ତେ ଜିଲ୍ଲା ପ୍ରସଶାସନ ତରଫରୁ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ବ୍ଲକରେ ଆୟୋଜନ ନିମନ୍ତେ ସ୍ଥିର କରାଯାଇଛି l ଅଳ୍ପ ବୟସରେ କିଶରୀ ବାଳିକା ମାନେ ଭଲପାଇ ମାତୃତ୍ୱ ଲାଭ କରୁଛନ୍ତି ଓ କମ ବୟସରେ ବାହାଘର କରିଦେଉଥିବାର ଦେଖିବାକୁ ମିଳୁଛି l ସେଥିପାଇଁ ଜିଲ୍ଲାପ୍ରଶାସନର ସମାଜ କଲ୍ୟାଣ ଅନ୍ତର୍ଗତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଭିନଵ ପଦକ୍ଷେପ ସଦୃଶ ସଚେତନତା କାର୍ଯ୍ୟକ୍ରମ ଆସନ୍ତା ୨୨ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଆୟୋଜନ କରିବ । ୨୨ତାରିଖରେ ରାୟଗଡ଼ା ବ୍ଲକ, ପୌର ପରିଷଦ ଓ କୋଳାନାରା ବ୍ଲକରେ ଅନୁଷ୍ଠିତ ହେବ। ସେହିପରି ଆସନ୍ତା ୨୩ ତାରିଖରେ ଗୁଣୁପୁର ବ୍ଲକ, ଗୁଣୁପୁର ପୌର ପରିଷଦ ଓ ରାମନାଗୁଡ଼ା ବ୍ଲକରେ,୨୬ ତାରିଖରେ ମୁନିଗୁଡା, ବିଷମକଟକ ଓ ଚନ୍ଦ୍ରପୁର ବ୍ଲକ,୨୮ ତାରିଖରେ ଗୁଡ଼ାରୀ ବ୍ଲକ, ଗୁଡ଼ାରୀ ବିଜ୍ଞାପିତ ଅଂଚଳ ପରିଷଦ ଓ ପଦ୍ମପୁର ବ୍ଲକରେ ଏବଂ ୩୦ ତାରିଖରେ କଲ୍ୟାଣସିଂହପୁର ଏବଂ କାଶୀପୁର ବ୍ଲକରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ, ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟକ୍ଷା,ଛାତ୍ରୀନିବାସର ମେଟ୍ରୋନ, ସମସ୍ତ ପଂଚାୟତ ଅଧିକାରୀ, ଅଙ୍ଗନବାଡି କର୍ମୀ, ଆଶା ଓ ସ୍ୱାସ୍ଥ୍ୟ କର୍ମୀ,ଜାତି କୂଳ ସମାଜ କର୍ମକର୍ତ୍ତl,ଧାର୍ମିକ ସଂଗଠନର କର୍ମକର୍ତ୍ତା, ପଂଚାୟତରାଜ ସଦସ୍ୟ,ଟେଣ୍ଟ ହlଉସ ମାଲିକ ଆଦିକୁ ସଚେତନ କରାଯିବ ବୋଲିି ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *