ଶିଶୁ ମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ଗାଁ-ତା୧୬-୯-୨୫ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସମ୍ମିଳନୀ କକ୍ଷରେ ସମସ୍ତ ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଗଠନ କରାଯାଇଥିବା ଆଇସି ସି ( ଇଣ୍ଟରନାଲ କଂପଲାଣ୍ଟ କମିଟି)ର ସଦସ୍ୟ ତଥା ପ୍ରଧାନଶିକ୍ଷକ ମାନଙ୍କ ସହିତ ବ୍ଲକ ଅଧୀନରେ ଥିବା ଗ୍ରାମପଞ୍ଚାୟତର ସରପଞ୍ଚ ସମେତ ୧୫୦ ଜଣ ଅଂଶଗ୍ରହଣ କାରୀ ଙ୍କୁ ନେଇ ଶିଶୁ ମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଓଡ଼ଗାଁ ତହସିଲଦାର ଡ଼. ମାନସରଞ୍ଜନ ଭୋଇଙ୍କ ଅଧକ୍ଷତାରେ ବ୍ଲକ ଅଧକ୍ଷ ଲୋକନାଥ ସାହୂ, ମହିଳା ଶିଶୁ ବିକାଶ ଅଧିକାରୀ ଲହଡିମାଳା ପ୍ରଧାନ,ଅତିରିକ୍ତ ଗୋଷ୍ଠିଶିକ୍ଷା ଅଧିକାରୀ ରାଜକିଶୋର ସାହୂ,ରଘୁନାଥ ମଲ୍ଲିକ,ସିଆରସିସି ନରେଶ ପାଣିଗ୍ରାହୀ ଓ ଯଶୋବନ୍ତ ପଟ୍ଟନାୟକ ଯୋଗଦେଇଥିଲେ ।ବିଦ୍ୟାଳୟରେ ଆଭ୍ୟନ୍ତରୀଣ କମିଟି ଗଠନର ଉଦ୍ଦେଶ୍ୟ ଓ ଏହାର ରୂପରେଖ ସମ୍ପର୍କରେ ଆଲୋଚନା କରାଯାଇଥିଲା ।ଏହାସହିତ ବିଦ୍ୟାଳୟ ଗୁଡିକରେ ମହିଳା ଶସକ୍ତିକରଣ ସହିତ ମହିଳା ମାନଙ୍କ ସୁରକ୍ଷା ସମ୍ପର୍କରେ ଅତିଥିମାନେ ଓ ଉପସ୍ଥିତ ଅଂଶଗ୍ରହଣକାରୀ ନିଜ ନିଜ ବକ୍ତବ୍ୟ ରଖିଥିଲେ ।

Leave a Reply

Your email address will not be published. Required fields are marked *