ଯୁବା ସଙ୍ଗମ ଚରଣ ୫ ଅଧୀନରେ ଓଡ଼ିଶାର ୫୦ ଜଣ ଛାତ୍ରଛାତ୍ରୀଙ୍କ ପ୍ରତିନିଧୀଦଳର ମହାରାଷ୍ଟ୍ର ଅଭିମୁଖେ ଯାତ୍ରା
ଯୁବା ସଙ୍ଗମ ଚରଣ ୫ ଅଧୀନରେ ଓଡ଼ିଶାର ୫୦ ଜଣ ଛାତ୍ରଛାତ୍ରୀଙ୍କ ପ୍ରତିନିଧୀଦଳର ମହାରାଷ୍ଟ୍ର ଅଭିମୁଖେ ଯାତ୍ରା ଆରମ୍ଭମହାରାଷ୍ଟ୍ରର ୫୦ ପ୍ରତିନିଧିଙ୍କୁ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ସ୍ୱାଗତଜଟଣୀ,୨୮/୧୧ : ଆଇଆଇଟି ଭୁବନେଶ୍ୱର ସମେତ ଓଡିଶାର ବିଭିନ୍ନ ଉଚ୍ଚଶିକ୍ଷା ପ୍ରତିଷ୍ଠାନରୁ ୫୦ ଜଣ ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧୀ ଦଳ ଏକ ଭାରତ ଶ୍ରେଷ୍ଠ ଭାରତ ଅନ୍ତର୍ଗତଯୁବା ସଙ୍ଗମ କାର୍ଯ୍ୟକ୍ରମ ଅଧୀନରେ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିଛନ୍ତି।ଓଡିଶାର ନୋଡାଲ୍ ପ୍ରତିଷ୍ଠାନ ଆଇଆଇଟି ଭୁବନେଶ୍ୱର ହୋଇଥିବାବେଳେ ମହାରାଷ୍ଟ୍ରର ନୋଡାଲ୍ ପ୍ରତିଷ୍ଠାନ ହେଉଛି ଆଇଆଇଏମ୍, ମୁମ୍ବାଇ। ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପାଦ କରମଲକର ଦ୍ୱାରା ମିଳିତ ଭାବେ ଏକ ସ୍ୱତନ୍ତ୍ର ସମାରୋହରେ ଛାତ୍ରଛାତ୍ରୀ ପ୍ରତିନିଧୀଙ୍କ ଏହି ଯାତ୍ରାର ଶୁଭାରମ୍ଭ କରାଯାଇଥିଲା। ସେ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ,ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ରାଜେଶ ରୋଶନ ଦାଶ, ଡିନ୍ (ଛାତ୍ର ବ୍ୟାପାର), ଶ୍ରୀ ବାମଦେବ ଆଚାର୍ଯ୍ୟ, ରେଜିଷ୍ଟ୍ରାର, ପ୍ରତିଷ୍ଠାନର ବରିଷ୍ଠ ଅଧ୍ୟାପକବୃନ୍ଦ ତଥା ଅନୁଷ୍ଠାନର ଅଧିକାରୀମାନେ ଉପସ୍ଥିତ ଥିଲେ।ପ୍ରତିନିଧୀମାନେ ୨୯ ନଭେମ୍ବରରେ ମହାରାଷ୍ଟ୍ରରେ ପହଞ୍ଚିବେ ଏବଂ ସେମାନଙ୍କର ଯାତ୍ରା ୩ ଡିସେମ୍ବରରେ ଶେଷ ହେବ। ସେମାନଙ୍କ ସହିତ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଏବଂ କର୍ମଚାରୀମାନେ ମଧ୍ୟ ଅଛନ୍ତି।ଏହି ଗସ୍ତ ସମୟରେ ଓଡିଶାର ଛାତ୍ରମାନେ ମହାରାଷ୍ଟ୍ରର ମାନ୍ୟବର ରାଜ୍ୟପାଳଙ୍କ ସହ ସାକ୍ଷାତ କରିବେ। ସେମାନେ ଛତ୍ରପତି ଶିବାଜୀ ମହାରାଜ ସଂଗ୍ରହାଳୟ, ଏସିଆଟିକ୍ ଲାଇବ୍ରେରୀ, ମଣି ଭବନ, ନରିମାନ ପଏଣ୍ଟ ପରିଦର୍ଶନ କରିବେ। ସେମାନେ କାନେରୀ ଗୁମ୍ଫା (ସଞ୍ଜୟ ଗାନ୍ଧୀ ଜାତୀୟ ଉଦ୍ୟାନ) ଏବଂ ଫିଲ୍ମ ସିଟି ପରିଦର୍ଶନ କରିବେ । ସେମାନଙ୍କର ଏହି ଯାତ୍ରାରେ ଆଇଡ଼ିସି (ଆଇଆଇଟି ମୁମ୍ବାଇ) ଏବଂ ଗୋଡ୍ରେଜ୍ ସଂଗ୍ରହାଳୟ ପରିଦର୍ଶନ ମଧ୍ୟ ଅନ୍ତର୍ଭୁକ୍ତ ହେବ | ଏହି ପରିଦର୍ଶନଗୁଡିକ ପାଞ୍ଚଟି ବ୍ୟାପକ କ୍ଷେତ୍ର – ପର୍ଯ୍ୟଟନ, ପରମ୍ପରା, ପ୍ରଗତି, ପରସ୍ପର ସମ୍ପର୍କ ଏବଂ ପ୍ରଦ୍ୟୋଗିକ ଅଧୀନରେ ଆୟୋଜିତ ହୋଇଛି।
