ନବରଙ୍ଗପୁର ଜିଲ୍ଲାପାଳଙ୍କ ଜରିଆରେ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଗଲା।
ନବରଙ୍ଗପୁର( )ତା ୧୫/୧୦/୨୦୨୫ଦାବିପତ୍ର ର ବିଷୟବସ୍ତୁ ହେଲା ଚଳିତମାସ ୬-ଅକ୍ଟବର-୨୫ତାରିଖରେ ସୁପ୍ରିମକୋର୍ଟ ର ହଲ୍ ରେ ଏକ ମାମଲାକୁ ନେଇ ରାୟ ଚାଲିଥିବା ସମୟରେ, ସେହି ରାୟଙ୍କୁ ବିରୋଧ କରି ସେଠାରେ ଉପସ୍ଥିତ ଥିବା ଜଣେ ଓକିଲ ମନୁବାଦୀ ବିଚାରଧାରା, ସମ୍ବିଧାନ ବିରୋଧୀ ବିଚାରଧାରା, ଗଣତନ୍ତ୍ର ବିରୋଧୀ ବିଚାରଧାରା ବ୍ୟକ୍ତି ରାକେଶ କିଶୋର ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି (Chief Justice of India) ଯେକି ଜଣେ ଦଳିତ ବର୍ଗର BR.Gavai ଙ୍କ ଉପରେ ଜତା ଫପାଡ଼ି ଥିଲେ । ସେଦିନ ସୁପ୍ରିମ କୋର୍ଟ ବା ନ୍ୟାୟିକ ବ୍ୟବସ୍ଥା ପାଇଁ ଏକ କଳାଦିନ ଅଟେ |

ଭାରତର ସର୍ବଚ୍ଚ ଆଦାଲତ ର ମୁଖ୍ୟ ନ୍ୟାୟଧିସ ଉପରେ ଆକ୍ରମଣ କରିବା ତାହା ସମ୍ପୁର୍ଣ୍ଣ ନ୍ୟାୟିକ ବ୍ୟବସ୍ଥା ଉପରେ ଆକ୍ରମଣ କରିବା ସମାନ ଅଟେ | ଏହା ଗଣତନ୍ତ୍ର ବିରୋଧୀ,ସମ୍ବିଧାନ ବିରୋଧି କାର୍ଯ୍ୟ ଅଟେ । ଏହି ଘଟଣା ପରେ ସରକାର ସେହି ବ୍ୟକ୍ତି ରାକେଶ କିଶୋର କୁ ଗିରଫ କରିନାହାନ୍ତି l ସେହି ଜାତିଗତ ମାନସିକତା, ଦୁଷ୍ଟ ପ୍ରକୃତିର ବ୍ୟକ୍ତି କୁ ନ୍ୟାୟିକ ପ୍ରକ୍ରିୟା ଅନୁଯାୟୀ ଶୀଘ୍ର ଦେଷ ଦ୍ରହୀ ଧାରାରେ ଗିରିଫ କରିବା ଦାବିରେ ପ୍ରତିବାଦ ଜଣାଇ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦିଆଗଲାସଂଗଠନର ମୁଖ୍ୟ ଭଗବାନ ବୈରାଗୀ, ଚନ୍ଦ୍ରଧୂଜ ମାଝୀ, ଲଳିତ ମହୋନ ନାୟକ, ଶିଶିର କୁମାର ପରିଛା, ମନରଞ୍ଜନ କାର୍ତିକ, ଆବ୍ଦୁଦୁଲ ସତର, ରାଜେଶ୍ ଜାନୀ, କୈଳାସ ଦରା, ତ୍ରିନାଥ ପାଙ୍ଗୀ, ଦୟାନିଧି ସୁନା,ଖଗେଶ୍ଵର ରଣା ପ୍ରମୁଖ ଉପସ୍ଥିତ ଥିଲେ ।
