ଗ୍ରାମ ବାସି ମାନଙ୍କ ଉଦ୍ୟମରେ ଏକ ଢଳେଇ ପିଣ୍ଡି ନିର୍ମାଣ।
ରଘୁନାଥପୁର -ତା ୧୧:୧୧ରିଖ:- ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗୋଠିଣା ଗ୍ରାମ ବାସି ମାନଙ୍କ ଦ୍ଵାରା ଗୋଠିଣା ଗ୍ରାମ ର ଖେଳ ପଡିଆ ଓ ଗୃହ ପାଳିତ ଚାରଣ ପଡ଼ିଆ ନିକଟରେ ଥିବା ବର ଗଛର ଚତୃପାଶ୍ବ୍ ରେ ଏକ ପକ୍କା ଢଳେଇ ପିଣ୍ଡି ନିର୍ମାଣ କରିଛନ୍ତି। ଏହି ପିଣ୍ଡି ନିର୍ମାଣ ରେ ସ୍ରମ ଦାନ ଦେଇଥିବା ମୂଖ୍ୟ ବ୍ୟକ୍ତି ମାନେ ହେଲେ ରମେଶ ଚଂଦ୍ର ମହାନ୍ତି, ମହେଶ୍ୱର ଦାସ,ନବଘନ ସେଠି, ବେଣୁଧର ବାରିକ, ବିନୋଦ ମହାପାତ୍ର, ବିଷ୍ଣୁ ସେଠୀ, ବୈଷ୍ଣବ ବାରିକ,ଗୁନିଆ ଏବଂ ଗ୍ରାମ ବାସି ବୃନ୍ଦ।

ଏଠାରେ ସୁଚନା ଥାଉ କି ଏହି ପିଣ୍ଡି ଟି ଗୋଠିଣା ଭାୟା ସମଙ୍ଗ ରାଜ୍ୟ ସରକାର ଗ୍ରାମିଣ ରାସ୍ତା ର ପାଶ୍ୱର୍ରେ ଅବସ୍ଥିତ ଥିବାରୁ ଏହି ରାସ୍ତା ଯାଉଥିବା ବାଟୋଇ ମଧ୍ୟ ଥକା ମେଣ୍ଟ ଇ ପାରିବେ। ଏଠାରେ ଏକ ସ୍ଟି୍ଟ୍ ଲାଇଟ୍ ର ବ୍ୟବସ୍ଥା କରିବାପାଇ ଗ୍ରାମବାସୀ ମାନେ ସରକାର ନିକଟରେ ଦାବି କରିବା ସହ ଅନୁରୋଧ କରିଛନ୍ତି।
