ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ରାୟଗଡା ପକ୍ଷରୁ ବନ ମହୋତ୍ସବ ଅନୁଷ୍ଠିତ

ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ରାୟଗଡା ପକ୍ଷରୁ ବନ ମହୋତ୍ସବ ଅନୁଷ୍ଠିତ ରାୟଗଡ଼ା ତା ୧୦–୦-୨୩ ରାୟଗଡା ବ୍ଲକ ଅନ୍ତର୍ଗତ ଅମଳାଭଟ୍ଟା ଛକ ସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ,ରାୟଗଡା ପକ୍ଷରୁବନ ମହୋତ୍ସବ ସପ୍ତାହ ପାଳିତ ହୋଇ ଯାଇଛି । ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବିପ୍ର ଚରଣ ମଲ୍ଲିକ ଯୋଗ ଦେଇଥିବା ବେଳେ ଏନ୍ ଏସ ଏସ ପୋଜନା ଅଧିକାରୀ ଅଧ୍ୟାପକ ସୁନୀଲ ବିଷୋୟୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ପରିସରରେ ଶହେରୁ ଅଧିକ ବିଭିନ୍ନ ପ୍ରକାରର ଫଳ ଓ ଔଷଧୀୟ ଚାରା ଗଛ ଲଗାଇ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ । ଅଧ୍ୟାପକ ଏମ କଲ୍ୟାଣ କୁମାର, ଓଡିଆ ଅଧ୍ୟାପକ ଡକ୍ଟର କୈଳାସ ମଲ୍ଲିକ, ଦିନେଶ ନୟକ, ମିଥୁନ ନାୟକ ଅଧ୍ୟାପିକା ମନାସି ମଲ୍ଲିକ, ପ୍ରମୁଖଙ୍କ ସହଯୋଗରେ କାର୍ଯକ୍ରମ ସରସ ସୁନ୍ଦର ହୋଇ ପାରିଥିଲା ।ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଏହି ଉତ୍ସବରେ ଅଂଶ ଗ୍ରହଣ କରିଥିଲେ ।

ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା

Leave a Reply

Your email address will not be published. Required fields are marked *