ଅସହାୟ ପରିବାର କୁ ସହଯୋଗ ର ହାତ ବଢାଇଲେ ବିପଦ ର ବନ୍ଧୁ ଶ୍ରୀଯୁକ୍ତ ନୀଳମଣି ବିଷୋୟୀ

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ବଡ଼ଗଡ଼ ଥାନା ଅଧୀନସ୍ଥ ହାତୀଖାଲ ଗ୍ରାମର ଜଣେ ଯୁବକ ବସନ୍ତ ନାଇକ ଦାଦନ ଖଟିବାକୁ କେରଳ ଯାଇଥିଲେ l କେରଳରୁ ଗାଁ କୁ ଫେରିବା ସମୟରେ ବିଜାନଗରମ ପୁର ଷ୍ଟେସନ ନିକଟରେ କୈଣସି କାରଣ ବଶତଃ ତାଙ୍କର ମୃତ୍ୟୁ ଘଟିଥିଲା l ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିବା ଖବର ପାଇ ସୋରଡ଼ା ର ଜନପ୍ରିୟ ବିଧାୟକ ଶ୍ରୀଯୁକ୍ତ ନୀଳମଣି ବିଷୋୟୀ ଖବର ପାଇ ସଙ୍ଗେ ସଙ୍ଗେ ହାତୀଖାଲ ଗ୍ରାମ ଅଭିମୁଖେ ନିଜ ଦଳୀୟ କର୍ମୀଙ୍କ ସହ ହାତୀଖାଲ ଗ୍ରାମରେ ପହଞ୍ଚିଥିଲେ ସେ ପରିବାର କୁ ସାନ୍ତ୍ଵନା ଦେବା ସହ ବସନ୍ତଙ୍କ ଆତ୍ମ ର ସଦଗତି ନିମନ୍ତେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପର୍ଥାନା କରି

ଦୁଃଖ ପ୍ରକାଶ କରିବା ସହ ବସନ୍ତଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ ଶ୍ରୀଯୁକ୍ତ ନୀଳମଣି ବିଷୋୟୀ l ଏଥି ସହ ତାଙ୍କ ପରିବାରକୁ ସହାୟତା ପ୍ରଦାନ କରି l ସେ ପରିବାର ନିଜର ରୋଜଗାରିଆ ପୁଅ ହରାଇ ବେସାହାରା ହୋଇପାରିଛନ୍ତି l ସେଥି ସକାଶେ ସେମାନେ କିଭଳି ସରକାରଙ୍କ ଦ୍ବାରା ସେ ପରିବାର ସହାୟତା ପାଇପାରିବେ ସେଥିପାଇଁ ସେ ସମ୍ପୂର୍ଣ୍ଣ ଚେଷ୍ଟା କରିବେ ବୋଲି ସେ ପ୍ରକାଶ କରିଥିଲେ l ବିଧାୟକଙ୍କ ଏ ଭଳି କାର୍ଯ୍ୟ ଦେଖି ଜନତା ଜନାର୍ଦ୍ଦନ ଙ୍କ ମହଲରେ ପ୍ରଶଂସା ର ସୁଅ ଛୁଟିଥିଲା l

ଗଞ୍ଜାମ ଜିଲ୍ଲା ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *