ଗଞ୍ଜାମ ମହିଳା କ୍ରିକେଟ ଏସୋସିଏସନ ଓ ଯେ ଡ଼ି ଇନଷ୍ଟିଉସନ ମଧ୍ୟରେ ବନ୍ଧୁତ୍ୱ ପୂର୍ଣ୍ଣ ଟୁର୍ନାମେଣ୍ଟ
ବ୍ରହ୍ମପୁର 26/1ପବିତ୍ର ଗଣତନ୍ତ୍ର ଦିବସ ଅବସର ରେ ସ୍ଥାନୀୟ କେ ସି ହାଇସ୍କୁଲ ଖେଳ ପଡିଆରେ ଗଞ୍ଜାମ ମହିଳା କ୍ରିକେଟ ଏସୋସିଏସନ ଓ ଯେ ଡ଼ି ଇନଷ୍ଟିଉସନ ମଧ୍ୟରେ ବନ୍ଧୁତ୍ୱ ପୁର୍ଣ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ସଭାନେତ୍ରୀ ଶ୍ରୀମତୀ ନିବେଦିତା ପାଢ଼ୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱଧାନ ରେ ପୂର୍ବତନ କେନ୍ଦ୍ର ମନ୍ତ୍ରି ଶ୍ରୀ ଚନ୍ଦ୍ର ଶେଖର ସାହୁ ଉଦଘାଟନ କରି କ୍ଲୁବ ମାଧ୍ୟମରେ ଗଞ୍ଜାମ ର ମହିଳା କ୍ରିକେଟର ସୃଷ୍ଟି କରିବାରେ ପ୍ରୟାସ କରିବା ନିମନ୍ତେ ଆହ୍ୱାନ କରିଥିଲେ l ବିଶିଷ୍ଟ ଅତିଥିଭାବେ ଶ୍ରୀ ସୁଶାନ୍ତ କୁମାର ସାବତ ଯୋଗଦେଇ ଏସୋସିଏୟସନ ର ପ୍ରଚେଷ୍ଟା କୁ ପ୍ରଶଂସା କରିବା ସହ ଭବିଷ୍ୟତ ରେ ବହୁ ଉଚ୍ଚ ସ୍ତରୀୟ ମେଚ ଆୟୋଜନ କରିବା ସହ ମହିଳା କ୍ରିକେଟର ମାନଙ୍କୁ ତାଲିମ ବ୍ୟବସ୍ଥା କରିବା ନିମନ୍ତେ ପରାମର୍ଶ ଦେଇଥିଲେ l

ଅନ୍ୟମାନଙ୍କ ମଧ୍ୟରେ କର୍ପୋରେଟର ଶ୍ରୀ ଧିରେନ ସାବତ, ଶ୍ରୀ ନାରାୟଣ ମାହାଙ୍କୁଡ, ଶ୍ରୀ ତପନ ଜେ ପଣ୍ଡା ଓ ଶ୍ରୀ ଆଶିଷ ସାବତ ମଂଚାସୀନ ଥିଲେ l 20 ଓଭର ମେଚ ରେ ଗଞ୍ଜାମ ମହିଳା କ୍ରିକେଟ ଏସୋସିଏୟସନ 78 ରନ କରିଥିବା ବେଳେ ଯେ ଡି ଇନ୍ଷଟିଉସନ 76 ରନ ରେ ଅଲଆଉଟ ହୋଇଥିଲେ l ବେଷ୍ଟ ବେଡ଼ସ ୱମନ ଝରଣା ଦାସ, ବେଷ୍ଟ ବୋଲର ମିନତୀ ବେହେରା , ବେଷ୍ଟ ଫିଲଡର ସଶମିତ୍ତା ମହାନ୍ତି ପୁରସ୍କୃତ ହୋଇଥିଲେ l ଶ୍ରୀ ମଧୁ ସୁଦନ ସାହୁ, ସୁଶୀଳା ମଲିକ, ପ୍ରଭାତୀ ପାଣିଗ୍ରାହୀ, ଜୟଶ୍ରୀ ପାଣିଗ୍ରାହୀ, ଇନ୍ଦ୍ରାଣୀ ସାବତ,ପ୍ରୀତିରାଣୀ ମହଲା, ପ୍ରଭାସିନୀ ପଣ୍ଡା, ଦେବସ୍ମିତା ଯେନା, ସାଇଜଳ ଜେନା, ପିନାକୀ ପ୍ରଧାନ,ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l
