ମନ ସୁମନ’ର ଏକ ଉପବନ

        ମନ ସୁମନ’ର ଏକ ଉପବନ

  🖊️କବିରତ୍ନ ନୂତନ କୁମାର ବେହେରା

ମନ ସୁମନ’ର ଏକ ଉପବନ
ଆଶାର କଳିକା ତହିଁ ବିକଶିତ ହୁଏ ପ୍ରତିଦିନ
ତା’ ସୌନ୍ଦର୍ଯ୍ୟରେ ଥାଏ କୁହୁକ’ର ଆକର୍ଷଣ
ଆଖିରେ ଭରି ଦିଏ ନୂଆ ନୂଆ ସପନ
ମହକକୁ ଚୋରାଇ ନିଏ ଭାବନାର ପବନ
ଛନ୍ଦ ତୋଳି ନାଚେ ଜୀବନ
ଗାଏ ମଧୁଗୀତି…ଏ ଅପୂର୍ବ ସମ୍ମୋହନ
ପ୍ରକୃତି ସଜାଇ ହୋଇ ନବ ରୂପେ ଦିଏ ଦର୍ଶନ
ଭୁଲି ହୁଏନା ତାର ମହନୀୟ ଗୁଣ
ଭାବର ଚୁନା ଚୁନା ଜୋଛନା ଝରାଏ ଜହ୍ନ
ମନ ସୁମନ’ର ଏକ ଉପବନ
ନାନା ରଙ୍ଗର ପାଖୁଡ଼ାରେ ନିର୍ମାଣେ ତୋରଣ
ମଧୁପ ଉଡ଼ି ଆସି କରେ ମଧୁ ଗୁଞ୍ଜନ
ପ୍ରୀତିର ପାବନେ ପ୍ଳାବିତ ହୁଏ ସାରା ଭୁବନ
ସୁପ୍ତ ଗୁପ୍ତ ହୃଦୟରେ ଆଣେ ଜାଗରଣ
ସଜାଗେ ରହିବାକୁ ଦିଏ ଆହ୍ଵାନ
କହେ ଭୁଲ ତିକ୍ତ ଅତୀତକୁ କରନା ସ୍ମରଣ
ଦେଖ ଆସିଛି ଅଭିନବ ବର୍ତ୍ତମାନ
ପ୍ରତିଟି ସ୍ପନ୍ଦନରେ ଯୋଗାଉଛି ଇନ୍ଧନ
ମନ ସୁମନ’ର ଏକ ଉପବନ
ଆଖିରୁ ଲୁହ ପୋଛି.. ହସକୁ ରଖ ଅମ୍ଳାନ
ସୌଭାଗ୍ୟ ଆସି ଦେଉଛି ଚୁମ୍ବନ
ମଧୁ ମିଳନର ସଫଳତାକୁ କର ଆଲିଙ୍ଗନ
ଦୁଃଖରେ ହୁଅ ନାହିଁ ମ୍ରିୟମାଣ
ନୂଆ ରାହା ଦେଖି ଚାଲ…ହୁଅ ପରିବର୍ତ୍ତନ
କିଛି ବି ନୁହେଁ ସ୍ଥାୟୀ ସବୁ ସମୟର ଚିତ୍ରଣ
ବାସ୍ତବତାକୁ କର ସଠିକ୍ ଅନୁଧ୍ୟାନ
ଇପ୍ସିତ ଅଭିଳାଷ ହେବ ନିଶ୍ଚିତ ପୂରଣ
ରଖ ନାହିଁ ତିଳେ ବି ଦ୍ଵନ୍ଦ୍ଵ କର ଶ୍ରମ ସାଧନ
ମନ ସୁମନ’ର ଏକ ଉପବନ…।

ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ- ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *