ଅଖିଳ ଭାରତୀୟ କୃଷକ ମହାସଭା ପକ୍ଷରୁ ସର୍ବଭାରତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

କୋଣାର୍କରେ ଅଖିଳ ଭାରତୀୟ କୃଷକ ମହାସଭା (ଏ.ଆଇ.କେ.ଏମ) ପକ୍ଷରୁ ଦୁଇ ଦିନିଆ ସର୍ବଭାରତୀୟ କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କୃଷି ବଞ୍ଚାଅ, କୃଷକ ବଞ୍ଚାଅ ଓ କର୍ପୋରେଟ ସପକ୍ଷ ସରକାର ହଟାଅ ଲକ୍ଷ ନେଇ ଏହି ଆନ୍ଦୋଳନାତ୍ମକ ବୈଠକ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାରା ଦେଶରୁ ପ୍ରଖ୍ୟାତ କୃଷକ ନେତା, ପାର୍ଲିଆମେଣ୍ଟ ସଦସ୍ୟଙ୍କ ସହ ୨୨ ରାଜ୍ୟରୁ ୬୪ଜଣ ପ୍ରତିନିଧି ଅଂଶଗ୍ରହଣ କରି ବିଜେପି ସରକାରଙ୍କ ନୀତି ଉପରେ ଭର୍ତ୍ସନା କରିଥିଲେ।

ଏ.ଆଇ.କେ.ଏମ ଓଡ଼ିଶା ରାଜ୍ୟ ସମ୍ପାଦକ ଅଶୋକ ପ୍ରଧାନଙ୍କ ଅଭ୍ୟର୍ଥନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିହାର ଲୋକସଭା ସାଂସଦ ରାଜାରାମ ସିଂ, ହରିଆନା ପ୍ରଦେଶର ବିଶିଷ୍ଟ ନେତା ପ୍ରେମ ସିଂ ଗେହେଲେଟ, ପଶ୍ଚିମବଙ୍ଗର କର୍ତିକ ପାଲ, ସିପିଆଇ ଏମଏଲ୍ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, କୋଣାର୍କ ସଂଗଠନ ସମ୍ପାଦକ ତଥା ଅଭ୍ୟର୍ଥନା କମିଟି କୋଷାଧ୍ୟକ୍ଷ ସଞ୍ଜୀବ ସ୍ବାଇଁ ଓ ତ୍ରିପତି ଗମାଙ୍ଗେ ପ୍ରମୁଖ ଯୋଗଦେଇ ଉପସ୍ଥିତ ସାଥି ଭାଈ ମାନଙ୍କୁ ଉଦବୋଧନ ଦେଇଥିଲେ। ବଞ୍ଚାଅ, କୃଷକ ବଞ୍ଚାଅ ଓ କର୍ପୋରେଟ ସପକ୍ଷ ସରକାର ହଟାଅ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ଏହି କାର୍ଯ୍ୟକ୍ରମରେ ଦେଶ ତଥା ରାଜ୍ୟରୁ ହଜାରରୁ ଅଧିକ ସାଥି ଭାଈ ଓ ଭଉଣୀ ମାନେ ଯୋଗ ଦେଇଥିଲେ।

କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *