ରାଇକିଆ ବ୍ଲକ ରେ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
ରାଇକିଆ ବ୍ଲକ ରେ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ।10.07.2023 ରାଇକିଆ ପଂଚାୟତ ସମିତି କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଆଜିର ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଅଛି। ଆଜି ମୋଟ 103 ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇ ଥିବା ବେଳେ ସେଥିମଧ୍ୟରୁ 75 ଟି ଅଭିଯୋଗ ବ୍ୟକ୍ତିଗତ ହୋଇଥିବା ବେଳେ 28 ଗୋଟି ଅଭିଯୋଗ ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ରହି ଥିଲା। ସେଥି ମଧ୍ୟ ରୁ କେତୋଟି ଅଭିଯୋଗ ଅଭିଯୋଗ ତତ୍କାଳ ସମାଧାନ କରାଯାଇଥିଲା । ଆଜିର ଏହି ଜନ ଶୁଣାଣି ଅବସରରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଅଧ୍ୟକ୍ଷତା କରିଥିବାବେଳେ ବାଲିଗୁଡ଼ା ଉପଜିଲ୍ଲାପାଳ ମଧୁମିତା,ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ,ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରିତମ ଚନ୍ଦ୍ର ପ୍ରଧାନ ,ବିଡ଼ିଓ ଶରତ ଚନ୍ଦ୍ର ପାତ୍ର ମଞ୍ଚଷିନ ରହିଥିଲେ।ଆଜିର ଏହି ଅଭିଯୋଗ କାର୍ଯ୍ୟକ୍ରମ ସମୟ ରେ ସୁଗଡବାଡ଼ି ପଂଚାୟତ ର ଶତାଧିକ ମହିଳା ପଦ ଯାତ୍ରା ରେ ଆସି ମଦ ବନ୍ଦ ସକାଶେ ଲିଖିତ ଅଭିଯୋଗ ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା।ଆଜିର ଏହି ସମସ୍ତ କାର୍ଯ୍ୟକ୍ରମ ରେ ରାଇକିଆ ବ୍ଲକ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
