ନିଆଁରେ ପୋଡିହୋଇ ବିବାହିତା ମହିଳା ଗୁରୁତର

କାମାକ୍ଷାନଗର,୨୩.୧୨.୨୦୨୧-ନିଆଁରେ ପୋଡିହୋଇ ବିବାହିତା ମହିଳା ଗୁରୁତର। ଗୁରୁତର ମହିଳା ହେଲେ କାମାକ୍ଷାନଗର ଥାନା ବାଇସିଙ୍ଗା ଗ୍ରାମର ସୁଭଦ୍ରା ଦେହୁରୀ।ସକାଳେ ଘରେ ଚୁଲି ଲଗାଇ ଚା ତିଆରି କରୁଥିବା ବେଳେ ଅସାବଧାନତା ବସତ ପ୍ରଥମେ ଲୁଗା ଓ ପରେ ହାତ,ଗୋଡରେ ଲାଗିଯାଇଥିଲା।ଫଳରେ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନସରେ ପରିବାର ଲୋକେ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ।ପ୍ରାଥମିକ ଚିକିତ୍ସା ପରେ ଢେଙ୍କାନାଳ ସ୍ଥାନାନ୍ତର କରାଯିବା ନେଇ କୁହାଯାଇଛି।ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ମଧ୍ୟ ଜଣାପଡିଛି।ଶରିରର ପ୍ରାୟ ୩୦ଭାଗ ପୋଡିଯାଇଛି।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *