ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମ ଦିନ ଅବସର ରେ ଏକ ବିରାଟ ରକ୍ତ ଦାନ ଶିବିର ଅନୁଷ୍ଠିତ

ସୋରଡା ତା 16/10 – ୧୯୪୬ ମସିହା ରେ ଜନ୍ମିତ ମହାନ୍ ଜନ ନାୟକ ତଥା ସମଗ୍ର ଓଡ଼ିଶା ବାସୀ ଙ୍କ ପ୍ରିୟ ନେତା ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଜି ୭୯ ତମ ଜନ୍ମ ଦିବସ ସାରା ରାଜ୍ୟ ରେ ପାଳିତ ହେଉଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ମୁଖ୍ୟ ଜନ ନାୟକ ଙ୍କ ଜନ୍ମ ଦିନ ମହା ଆଡ଼ମ୍ବରରେ ପାଳିତ ହେଉଛି।ଏହି ଅବସର ରେ ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ସୁସ୍ଥ ଓ ନିରାମୟ ଓ ଦୀର୍ଘ ଜୀବନ କାମନା କରି ପ୍ରାରମ୍ଭିକ ପର୍ଯ୍ୟାୟରେ ଭଦ୍ରକ ପୈରାଅଞଳ ନୂଆ ବସଷ୍ଟାଣ୍ଡ ନିକଟସ୍ଥ ମାଁ ଦକ୍ଷିଣେଶ୍ୱରୀମହାଦେବ ଙ୍କ ଠାରେ ସମୂହ ଦୀପ ଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଙ୍କ ନେତୃତ୍ୱ ରେ ସମସ୍ତ କର୍ମୀ ଉପସ୍ଥିତ ରହି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୀର୍ଘ ଜୀବନ କାମନା କରିବା ସହ ଜନ୍ମ ଦିନ ଅବସର ରେ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ।

ବିଜୁ ଯୁବ ଛାତ୍ର ଜନତା ଦଳ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତାଦଳର କାର୍ଯ୍ୟଳୟ ଠାରେ ଏକ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଅବସର ରେ ଭଦ୍ରକ ର ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଙ୍କ ନେତୃତ୍ୱ ରେ ଶତାଧିକ କର୍ମୀ ଓ ଜନସାଧାରଣ ଉପସ୍ଥିତ ରହି ରକ୍ତ ଦାନ କରିଥିଲେ। ଏ ନେଇ। ରକ୍ତ ଦାତା ମାନଙ୍କୁ ଶ୍ରୀ ସାମଲ ଶୁଭେଛା ଦେଇଥିଲେ।ଏହି ବିଶାଳ ରକ୍ତ ଦାନ ଶିବିର ରେ ମୋଟ୧୦୩ ରକ୍ତ ସଂଗ୍ରହ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଜୁ ଜନତାଦଳ ର ଜିଲ୍ଲା ସଭାପତି ଜଗନ୍ନାଥ ସ୍ବାଇଁ ବ୍ଲକ ଅଧ୍ୟକ୍ଷା ଶ୍ରୀ ମତୀ ଉର୍ମିଳା ନାୟକ,ପୈର ଅଧ୍ୟକ୍ଷା ଗୁଲମକକି ହବିବ ଟାଉନ ସଭାପତି ଏମଡି ଜକ୍କା ଉଲ୍ଲା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ।

Leave a Reply

Your email address will not be published. Required fields are marked *