ବିଜେପି କର୍ମକର୍ତ୍ତା ଙ୍କ ବୈଠକ

ହିଞ୍ଜିଳିକାଟୁ :-୧୫/୦୬ କେନ୍ଦ୍ରରେ ମୋଦି ସରକାର ୧୧ ବର୍ଷ ଓ ରାଜ୍ୟରେ ବିଜେପି ସରକାର ଏକ ବର୍ଷ ପୂର୍ତ୍ତି ଅବସରରେ ଶନିବାର ଦିନ ବିଜେପି ଆସିକା ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହିଞ୍ଜିକାଟୁ ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆସିକା ସାଂସଦ ଅନିତା ସୁଭଦର୍ଶିନୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଖଲିକୋଟ ବିଧାୟକ ପୂର୍ଣଚନ୍ଦ୍ର ସେଠୀ, ବିଜେପି ହିଞ୍ଜିଳି ବିଧାୟକ ପ୍ରାର୍ଥୀ ଶିଶିର ମିଶ୍ର ଓ ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ କୁମାର ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ।ଏହି କାର୍ଯ୍ୟକାଳ ‘ବିକଶିତ ଭାରତ ‘ର ସଂକଳ୍ପ ସିଦ୍ଧି ର ସୁବର୍ଣ୍ଣଯୁଗ ହେଉଛି ବୋଲି ବିଜେପି ନେତୃମଣ୍ଡଳୀ ମତ୍ତ ପୋଷଣ କରିଥିଲେ। ଏହି ଅବସରରେ ମାଧବ ଗୌଡ଼, ସନ୍ତୋଷ କୁମାର ପାଣିଗ୍ରାହୀ, ସୁଧାଂଶୁ ସାବତ, ରବୀନ୍ଦ୍ର ପାଣିଗ୍ରାହୀ ଙ୍କ ସମେତ ବହୁ ବିଜେପି ନେତା ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *