ପିପିଲି ଉପ ନିର୍ବାଚନ ନିମନ୍ତେ ନୋଡାଲ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ

ପୁରୀ- ତା. ୦୯.୦୯.୨୦୨୧- ପିପିଲି ଉପ ନିର୍ବାଚନରେ ସଫଳ ପରିଚାଳନା ନିମନ୍ତେ ଦାୟିତ୍ବରେ ଥିବା ନୋଡାଲ ଅଧିକାରୀ ମାନଙ୍କ ବୈଠକ ଜିଲ୍ଲାପାଳଙ୍କ କର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଏଥିରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଅଧ୍ୟକ୍ଷତା କରିଛନ୍ତି । ମୁକ୍ତ ଓ ଅବାଧ ନିର୍ବାଚନ ନିମନ୍ତେ ଆଦର୍ଶ ଆଚରଣ ବିଧି କଡାକଡି ଭାବେ ପାଳନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏଥିସହ କୋଭିଡ ନୀୟମର କଡା ପାଳନ ସହ ମତଦାନ କେନ୍ଦ୍ରରେ ଭୋଟର ମାନଙ୍କ ନିମନ୍ତେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି ।ଗତ ୪ ତାରିଖରୁ ପିପିଲି ଉପ ନିର୍ବାଚନ ନେଇ ପୁନଃ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତୁରନ୍ତ ଆଦର୍ଶ ଆଚରଣ ବିଧି ଜାରି ହୋଇଥିବା ବେଳେ ଆସନ୍ତା ୩୦ ତାରିଖରେ ମତଦାନ ହୋଇ ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ ଏବଂ ୫ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଉପନିର୍ବାଚନ ପାଇଁ ଦଶଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୨ଲକ୍ଷ ୨୯ ହଜାର ୯୯୮ଭୋଟର ମତଦାନ କରିବେ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ରଞ୍ଜନ ମହାପାତ୍ର, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ନିର୍ବାଚନ ଡେପୁଟି କଲେକ୍ଟର ଶ୍ରୀ ସୁମନ୍ତ କର ଓ ଶ୍ରୀ ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *