କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ।
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି ପଞ୍ଚାୟତ ସମିତିର ସଦସ୍ୟ ଓ ସଦସ୍ୟା । କଙ୍କଡ଼ାହାଡ଼ ପଞ୍ଚାୟତ ସମିତିରେ ବିଭିନ୍ନ ଦୁର୍ନୀତି ଏବଂ ସରକାରୀ ଯୋଜନାକୁ ନେଇ ପକ୍ଷପାତିତା କରାଯାଉଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଅଭିଯୋଗ ପତ୍ର ସହ ୧୪ ଜଣ ପଞ୍ଚାୟତ ସମିତି ସଦସ୍ୟ ଏବଂ ସଦସ୍ୟା ଅଧ୍ୟକ୍ଷା ଶ୍ରୀମତୀ ମିଶ୍ରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଏ ନେଇ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କୁ ଅନାସ୍ଥା ପତ୍ର ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଚାରୁଲତା ମିଶ୍ରଙ୍କୁ ଗାଦି ଚ୍ୟୁତ କରିବାକୁ ସେମାନେ ଦାବି କରିଛନ୍ତି।ଅନୁରୂପ କାମାକ୍ଷାନଗର ବ୍ଲକ ର କୁସୁମଯୋଡି ପଞ୍ଚାୟତ ର ସରପଞ୍ଚ ରାଧାନାଥ ନୟାକଙ୍କ ବିରୁଦ୍ଧରେ ଏକ ଅନାସ୍ଥା ପ୍ରସ୍ତାବ ପଞ୍ଚାୟତ ର ୱାର୍ଡ ମେମ୍ବର ମାନେ ଉପଜିଲ୍ଲାପାଳ ଶ୍ରୀ ନାୟକଙ୍କୁ ପ୍ରଦାନ କରିଛନ୍ତି l
