ଅମିତ ଶାହା ଇସ୍ତଫା ଦାବିରେ ଦେଶ ବ୍ୟାପୀ ପ୍ରତିବାଦ ବ୍ରହ୍ମପୁରରେ ପାଳିତ।

ବ୍ରହ୍ମପୁର – ଭାରତରତ୍ନ,ସମ୍ବିଧାନ ପ୍ରଣେତା ଭିମ ରାଓ ଆମ୍ବେଦକରଙ୍କ ପ୍ରତି ଅସମ୍ମାନ ଓ ଅଶାଳୀନ ମନ୍ତବ୍ୟ ଦେଇଥିବା ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ସିପିଆଇ ଓ ସିପିଏମ ପକ୍ଷରୁ ସ୍ଥାନୀୟ ପୁରୁଣା ବସ ଷ୍ଟାଣ୍ଡ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ଉଭୟ ଦଳର ଜିଲ୍ଲା ନେତୃତ୍ୱ ଗୃହମନ୍ତ୍ରୀଙ୍କ ଔଧୋତ୍ୟକୁ ଦୃଢ଼ ସମାଲୋଚନା କରିଥିଲେ।ସମ୍ବିଧାନର ୭୫ବର୍ଷ ପୁର୍ତ୍ତି ଅବସରରେ ସମ୍ବିଧାନର ସୁରକ୍ଷା ଓ ସମ୍ବିଧାନ ପ୍ରଣେତାମାନଙ୍କୁ ପ୍ରଶଂସା କରିବା ପରିବର୍ତ୍ତେ ମୁଖ୍ୟ ଭୂମିକା ନିଭାଇଥିବା ଆମ୍ବେଦକରଙ୍କୁ ଉପହାସ କରିବା ସମ୍ବିଧାନକୁ ଉପହାସ ସଦୃଶ୍ୟ ବୋଲି ଉଲ୍ଲେଖ କରିଥିଲେ।ତେଣୁ ସମ୍ବିଧାନକୁ କାର୍ଯ୍ୟକାରୀ କରିବାକୁ ଶପଥ ନେଇଥିବା ଗୃହମନ୍ତ୍ରୀଙ୍କର ମନ୍ତ୍ରୀଭାବେ କାର୍ଯ୍ୟକରିବାର କୌଣସି ନୈତିକ ଅଧିକାର ନାହିଁ ବୋଲି ଦାବି କରିଥିଲେ।ସମ୍ବିଧାନ ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଦେଇଥିବା ଯୋଗୁଁ ଯେ କୌଣସି ଲୋକ ଯେ କୌଣସି ପଦପଦବୀକୁ ଯାଇପାରୁଛି।ଫଳତଃ ଦେଶର ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଶାହା ହେବାର ସୁଯୋଗ ପାଇଛନ୍ତି। ଏହାର ମୁଖ୍ୟ ବିନ୍ଧାଣି ଆମ୍ବେଦକର ଥିଲେ।ଏହି ବ୍ୟବସ୍ଥା ଓ ଏହାର ପ୍ରଣେତା ମାନଙ୍କ ପ୍ରତି ସାମାନ୍ୟ କ୍ଷତି ଘଟାଇଲେ ଦେଶବାସୀ କ୍ଷମା ଦେବେନାହିଁ ବୋଲି ସତର୍କ କରାଇ ଦେଇଥିଲେ।ଆଜିର ଏହି କାର୍ଯ୍ୟକ୍ରମକୁ ସିପିଏମ ଓ ସିପିଆଇର ଜିଲ୍ଲା ନେତୃତ୍ୱ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *