*ଏକ ଦିବସୀୟ ଶିକ୍ଷକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଆସିକା: ମଙ୍ଗଳବାର ଅପରାହ୍ନ ୩ ଘଟିକା ସମୟରେ ମହାବିଦ୍ୟାଳୟର ନୂତନ କୋଠାସ୍ଥ ନଂ-୧ ପ୍ରକୋଷ୍ଠ ମଧ୍ୟରେ ଏକ ଦିବସୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ମହୋଦୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି । ଓଡିଶା ସରକାରଙ୍କ ପକ୍ଷରୁ ନିଯୁକ୍ତ ( ଜାତୀୟ ଅଧିକୃତ ବା NAAC )ର ମୁଖ୍ୟ ପରାମର୍ଶଦାତା ପ୍ରଧ୍ୟାପକ ଶ୍ରୀମାନ୍ ଜୟନ୍ତ କୁମାର ପରିଡ଼ା , ଇଟାନଗରରୁ ଆଗତ ପ୍ରଧ୍ୟାପକ ଶ୍ରୀକାନ୍ତ ନରସିଂହ ସାହୁ ଓ ଡକ୍ଟର ପ୍ରକାଶ ଚନ୍ଦ୍ରମିଶ୍ର,ଅବସର ପ୍ରାପ୍ତ ବାଣିଜ୍ୟ ବିଭାଗର ପ୍ରଧ୍ୟାପକ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଏଥିରେ ଯୋଗଦେଇ କିଭଳି ଭାବରେ ଏହି ଅନୁଷ୍ଠାନଟି କୁ ଜାତୀୟ ମାନ୍ୟତାପ୍ରାପ୍ତି ନିମନ୍ତେ ଅଧିକ ନମ୍ବର ବୃଦ୍ଧି କରିହେବ ଏବଂ ଏଠାକାର କାର୍ଯ୍ୟରତ ସମସ୍ତ ବିଭାଗୀୟ ଅଧ୍ୟାପିକା ଅଧ୍ୟାପକ ଗଣ ନିଜକୁ NAACର ସମ୍ମୁଖୀନ ହେବାକୁ ପ୍ରସ୍ତୁତ କରିବେ, ସେ ବିଷୟରେ ସବିଶେଷ ଆଲୋଚନା କରିଥିଲେ । ମହାବିଦ୍ୟାଳୟ ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତତା କୋଷର (IQAC) ସଂଯୋଜକ ଡକ୍ଟର ପ୍ରଫୁଲ କୁମାର ରଥ, ସଦସ୍ୟା ଡକ୍ଟର ସୌମ୍ୟ ସାମନ୍ତ, ଡକ୍ଟର ସରିତା ଚୌଧୁରୀ, ବରିଷ୍ଠ ପ୍ରଧ୍ୟାପକ ଡକ୍ଟର ପ୍ରଦୀପ କୁମାର ନନ୍ଦ, ଡକ୍ଟର କେଶବ ଷଡ଼ଙ୍ଗୀ ଓ ବହୁ ଅଧ୍ୟାପକ ଅଧ୍ୟାପିକା ଏଥିରେ ଅଂଶଗ୍ରହଣ କରି ସେମାନଙ୍କ ସନ୍ଦେହ ମୋଚନ ପ୍ରଶ୍ନୋତ୍ତର ଛଳରେ କରିଥିଲେ । ଡକ୍ଟର ରଥ ଏହି କାର୍ଯ୍ୟକ୍ରମରେ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ମହୋଦୟ ଶ୍ରୀମାନ୍ ଅରୁଣ କୁମାର ଖାଡଙ୍ଗା ଉପଢୌକନ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *