ଦଗ୍ଧ ଅବସ୍ଥା ରେ ଅର୍ଦ୍ଧ କଙ୍କାଳ ଉଦ୍ଧାର

ଦଗ୍ଧ ଅବସ୍ଥାରେ ଅଧା ଶରୀର ର କଙ୍କାଳ ଜଙ୍ଗଲ ମଧ୍ୟରେ ଉଦ୍ଧାର କରିଛି ଉମରକୋଟ ପୋଲିସ!ସୂଚନା ଅନୁଯାଇ :ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ହୀରାପୁର ପଂଚାୟତ ଅଧୀନରେ ଥିବା ବୁନ୍ଦାକେନ୍ଦୁ ଜଙ୍ଗଲ କୁ ଗ୍ରାମର କିଛି ମହିଳା କାଠ ସଂଗ୍ରହ କରିବାକୁ ଯାଇଥିଲେ!ସେଠାରେ ଏକ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ମୁଣ୍ଡ ଓ ହାତ ର କଙ୍କାଳ ଦେଖିବାକୁ ପାଇଥିଲେ!ଏବିଷୟରେ ସ୍ଥାନୀୟ ସରପଞ୍ଚ ଙ୍କୁ ଜଣେଇବାରୁ ସରପଞ୍ଚ ଏକ ଲିଖିତ ଅଭିଯୋଗ ଉମରକୋଟ ଥାନାରେ ଦେଇଥିଲେ!

ଅଭିଯୋଗ କୁ ଭିତ୍ତି କରି ଭାରପ୍ରାପ୍ତ ଥାନା ଅଧିକାରୀ ଶିବଜି ପଣ୍ଡା, ଏସ ଆଇ ଅକ୍ଷୟ ମିଶ୍ର ଓ ଫୋର୍ସ ଘଟଣା ସ୍ଥଳକୁ ଯାଇ କେସ ନଂ 3/2025ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି!ଘଟଣା ସ୍ଥଳରେ ସ୍ଥାନିୟ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପଟନାୟକ ଙ୍କ ଉପସ୍ଥିତି ରେ ସାଇଣ୍ଟିଫିକ ଟିମ ଯାଞ୍ଚ କରିଥିବା ଦେଖିବାକୁ ମିଳିଥିଲା!ଉକ୍ତ କଙ୍କାଳ ଟି ଜଣେ ମହିଳା ର ହୋଇଥିବ ବୋଲି ସନ୍ଦେହ କରୁଛି ପୋଲିସ କାରଣ କଙ୍କାଳ ରେ ଚୁଡ଼ି ରହିଥିବା ଦେଖିବାକୁ ମିଳିଥିଲା!ଅନ୍ୟ ସ୍ଥାନରେ ମହିଳା ଶରୀର ର କିଛି ଅଂଶ ଜଳିଯାଇଥିବା ଦେଖିବାକୁ ମିଳିଥିଲା!ମହିଳା ର କଙ୍କାଳ ଏହି ଜଙ୍ଗଲ କୁ କିପରି ଆସିଲା, ସେ କେଉଁଠିର, ତାର ମୃତ୍ୟୁ କିପରି ହୋଇଛି ତାହା ପୋଲିସ ଯାଞ୍ଚ କଲାପରେ ଜଣାପଡିବ ବୋଲି ମାଜିଷ୍ଟ୍ରେଟ ଚିତ୍ତରଞ୍ଜନ ପଟନାୟକ ସୂଚନା ଦେଇଛନ୍ତି!

Leave a Reply

Your email address will not be published. Required fields are marked *