ଫଳଦୋକାନ ଭିତରେ ପଶିଗଲା ଯାତ୍ରୀବାହି ବସ।
ରଘୁନାଥପୁର:- ରଘୁନାଥପୁର ଥାନା ଅନ୍ତର୍ଗତ କଟକ ପାରାଦୀପ ରାସ୍ତାର ତାରପୁର ବାଇପାସ ନିକଟରେ ଭାରସ୍ୟାମ ହରେଇ ଏକ ଯାତ୍ରୀବାହି ବସ ଫଳଦୋକାନ ଭିତରକୁ ପଶିଯାଇଛି। ଦୋକାନର ସମ୍ମୁଖ ଭାଗ ଭାଙ୍ଗିରୁଜି ଯାଇଥିବାବେଳେ ସୌଭାଗ୍ୟବଶତଃ ନିଶ୍ଚିତ କ୍ଷୟକ୍ଷତିରୁ ରକ୍ଷା ପାଇଯାଇଛନ୍ତି ଯାତ୍ରୀ।ବସର ଆଗ କାଚ ସହ କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବାବେଳେ ବାଲିରେ ଧସି ହୋଇ ବସଟି ରହିଯାଇଥିଲା।ଗ୍ରୀନଇଣ୍ଡିଆ ନାମକ ଏକ ଘରୋଇ ବସ ତିର୍ତ୍ତୋଲ ଥାନା ସଂଖେଶ୍ୱରରୁ ତାରପୁର ବାଇପାସ ଦେଇ କଟକ ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣା ଘଟାଇଥିଲା।

ପ୍ରତ୍ୟେକ୍ଷ ଦର୍ଶୀଙ୍କ କହିବା ଅନୁଯାୟୀ ବସ ଚାଳକ ଦୃତଗତିରେ ଆସି ବାଇପାସ ଠାରେ ଡାହାଣ ପାର୍ଶ୍ୱକୁ ଟରନିଂ କାଟୁଥିବାବେଳେ ଭାରସ୍ୟାମ ହରାଇ ଫଳଦୋକାନ ସମ୍ମୁଖକୁ ଧକ୍କା ଦେଇଥିଲା।ସ୍ଥାନୀୟ ଲୋକଙ୍କ ସହାୟତାରେ ବସରେ ଥିବା ପ୍ରାୟ ୧୫ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।କାହାର କିଛି କ୍ଷତି ହୋଇନଥିବା ଦେଖାଯାଇଛି। ଏ ସମ୍ପର୍କରେ ତଦନ୍ତ ଜାରି ରହିଥିବା ଏସଆଇ ଯୋଗେଶ୍ୱର ବେହେରା ପ୍ରକାଶ କରିଛନ୍ତି।
