ରାମରଜା ଭସାଣୀକୁ ନେଇ ଉପୁଜିଥିବା ସାମ୍ପ୍ରଦାୟିକ ଗଣ୍ଡଗୋଳର ସ୍ଥାୟୀ ସମାଧାନ ।।
ଯାଜପୁର ତା ୧୦/୦୪:- ଯାଜପୁର ସଦର ଥାନା ଅନ୍ତର୍ଗତ ବରୁଆଁ ପଞ୍ଚାୟତ ସାନ କୁଝାଲା ଗ୍ରାମରେ ଗତ ତା ୨୯/୦୩ ରେ ରାମରଜା ଠାକୁରଙ୍କ ଭସାଣୀ ସମୟରେ ସମୟରେ ଅବିର ଖେଳକୁ ନେଇ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଉପୁଜିଥିବା ବିବାଦର ସ୍ଥାୟୀ ସମାଧାନ ହୋଇଥିବା ଜଣାପଡିଛି। ଏହି ଘଟଣାକୁ ନେଇ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଗତ ତା ୦୯/୦୪ ରିଖ ସନ୍ଧ୍ୟାରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶୀତିକଣ୍ଠ କାନୁନଗୋ ଙ୍କ ଅଧ୍ୟକ୍ଷତାରେ ସଦର ଥାନାରେ ଉଭୟ ପକ୍ଷରୁ ମୁରବି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଶ୍ରୀ କାନୁନଗୋଙ୍କ ବ୍ୟତୀତ ଆରକ୍ଷୀ ଅଧିକ୍ଷକ (ମୁଖ୍ୟାଳୟ) ରତିକାନ୍ତ ଗିରି,ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ମାଝୀ, ସଦର ଥାନା ଅଧିକାରୀଣୀ ଚିନ୍ମୟୀ ବେହେରା ଙ୍କ ଉପସ୍ଥିତିରେ ସମାଜସେବୀ ବ୍ରଜକିଶୋର ପାଢ଼ୀ , ବରୁଆଁ ସରପଞ୍ଚ, ଜମଧର ସରପଞ୍ଚ ବାଦଲ ଖୁଣ୍ଟିଆ, ଶାମଦାସ ପୁର ସରପଞ୍ଚ ଓ ଉଭୟ ପକ୍ଷର ମୂରବୀ ନନ୍ଦ କିଶୋର ସାହୁ,ଗଦାଧର ଦାସ,ବ୍ରହ୍ମାନନ୍ଦ ନାୟକ,ନଟବର

ବେହେରା,ଜିତେନ୍ଦ୍ର ବିଶ୍ଵାଳ,ଉତ୍ତମ ସାହୁ,ସତ୍ୟବ୍ରତ ଦାସ,ରଶ୍ମି ରଞ୍ଜନ ମହାନ୍ତି,କରୁଣାକର ବିଶ୍ୱାଳ ,ସେକ ଗୋଲାମ ଅଲ୍ଲି ,ସେକ୍ ଫିରୋଜ ବାଦଶାହା, ସେକ୍ ଜଲିଲ୍, ସେକ୍ ସମସେର,ମିର୍ଜା ମୁସ୍ତାକ ବେଗ୍, ସେକ୍ କାସିମ୍, ସେକ୍ ଅବୁ ଯହୁର,ମହମ୍ମଦ ଜୁବେର ପ୍ରମୁଖ ବସି ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇ ଭେଦଭାବ ଭୁଲି ଉଭୟ ପକ୍ଷଙ୍କ ମଧ୍ୟରେ ସଦଭାଵ ଓ ପୂର୍ବ ଭଳି ଭାଇଚାରା ବଜାୟ ରଖିବାକୁ ଉଭୟପକ୍ଷ ସମ୍ମତି ପ୍ରଦାନ କରିଥିଲେ । ଏବଂ ଶୃଙ୍ଖଳା ଦୃଷ୍ଟିରୁ ଉଭୟ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ସମ୍ମାନ ଜଣାଇ ପର୍ବ ପର୍ବାଣୀ ସମୟରେ ଅନୁଷ୍ଠିତ ହେଉଥିବା ଶୋଭାଯାତ୍ରାରେ ଡ଼ାକବାଜି ଯନ୍ତ୍ର ବ୍ୟବହାର ଉପରେ କଟକଣା ମୁକ୍ତ ହେବ, ଉଭୟ ପକ୍ଷର ଧାର୍ମିକ ଭାବନାକୁ କେହି ଅସମ୍ମାନ ବା ଆକ୍ଷେପ କରି ପାରିବେନି । ନିଜ ଯାଗାରେ ଆବଦ୍ଧ କରି ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଜି ଆୟୋଜନ କରିବେ । ଏହି ଘଟଣାରେ ଉଭୟ ପକ୍ଷର କ୍ଷୟ କ୍ଷତିକୁ ଉପସ୍ଥିତ ଥିବା ସରପଞ୍ଚ ମାନେ ପୁରଣ କରିବେ ବୋଲି ପ୍ରତିଶ୍ରୁତି ବଦ୍ଧ ହୋଇଥିଲେ । ଶେଷରେ ଏହି ଘଟଣାର ସମାଧାନ କରିବାରେ ଉପସ୍ଥିତ ମୁରବି ମାନଙ୍କୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ କାନୁନଗୋ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ୍ ଜଣାଇବା ସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ।
