ଚାନ୍ଦବାଲି ବିକାଶ ର ନଗ୍ନଚିତ୍ର
Date -08/10/2025ଏଠି ବିକାଶ ହୋଇଛି ନା ବିନାଶ ହୋଇଛି । ରାଜନୈତିକ ଛକାପଞ୍ଝା ଭିତରେ ବଳି ପଡୁଛି ଗ୍ରାମାଞ୍ଚଳର ବିକାଶ ଧାରା,ଏହା ପାଇଁ ଦାୟୀ କିଏ ? ସରକାର ନା ଜନପ୍ରତିନିଧି, । ସ୍ଵାଧିନତାର ୭୯ ବର୍ଷ ପରେ ବି ଗ୍ରାମବାସିନ୍ଦାଙ୍କ ପାଇଁ ସ୍ଵପ୍ନ ପାଲଟିଲା ପକ୍କା ରାସ୍ତା, ଗାଁ କୁ ରାସ୍ତା ନଥିବାରୁ ଅଧା ବାଟରେ ଅଟିକି ଯାଉଛି କୁନି କୁନି ପିଲାଙ୍କ ଭବିଷ୍ୟତ। ଏହା କେଉଁ ଉପାନ୍ତ ଅଞ୍ଚଳର ରାସ୍ତା କଥା ଆମେ କହୁନୁ । ଆମେ କହୁଛୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନାଲଗୁଣ୍ଡା ଗ୍ରାମପଞ୍ଚାୟତ ଭୂଦାନ ଗ୍ରାମ ରାମପୁର ଗ୍ରାମ ବାସିନ୍ଦା ଙ୍କ ଦୈନଦିନ ଯାତାୟାତ ପାଇଁ ରାମପୁର ଠାରୁ ମତୋ ଆରଡ଼ି ଭାୟା ବଙ୍ଗାଳିପଡ଼ା ରାସ୍ତାର ଅବସ୍ଥା କଥା । ଏହି ଗ୍ରାମ କୁ ପକ୍କା ରାସ୍ତା ଟିଏ ନଥିବାରୁ ନା ଆସିପାରୁଛି ୧୦୮ ଜନନୀ ଆମ୍ମୁଲାସ , ନା ଉପଯୁକ୍ତ ସମୟ ରେ ରୋଗି ଟିଏ ପହଞ୍ଚି ପାରୁଛି ମେଡିକାଲ ରେ । ଏହି ଗ୍ରାମରେ ପ୍ରାଥମିକ ସ୍କୁଲଟିଏ ଅଛି ହେଲେ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଆଣ୍ଠୁଏ ଆଣ୍ଠୁଏ କାଦୁଅ ପାଣି ରେ ପଶି ଯିବାଆସିବା କରୁଛନ୍ତି। ସରକାରଙ୍କ ସମସ୍ତ ବିକାଶର ଧାରା ଏହି ଗ୍ରାମ ପାଇଁ ପାଲଟିଛି ଅଭିଶାପ “ଏଠି କହିବା କାହାକୁ ଶୁଣିବ କିଏ ” ବିକାଶ ର ନଗ୍ନଚିତ୍ର ଚାନ୍ଦବାଲି ରେ ବର୍ଷ ବର୍ଷ ଧରି ଦେଖିବାକୁ ହୁଏ । ପ୍ରସାଶନିକ କର୍ମଚାରୀ ମାନଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ଯେତେ କାକୁତି ମିନତି ହେଲେ ମଧ୍ୟ ଶୁଣୁନାହାନ୍ତି ବଡ଼ ବଢିଆ ବାବୁ ମାନେ। ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କରି ନିରାଶ ହୋଇ ପଡିଲେଣି ଏଠିକାର ତିନିଥରର ବିଧାୟକ ଡଃ ବ୍ୟାମକେଶ ରାଏ ଲୋକଙ୍କର ମୈଳିକ ସମସ୍ୟା ସମାଧାନରେ ବିଫଳ। ଯଦି ଆଗାମୀ ଦିନରେ କିଛି ସୁଫଳ ନମିଳେ ,ତା ହେଲେ ଏହି ଗାମର ସମସ୍ତ ପରିବାର ସାମାଜିକ ସେବାରୁ ବଞ୍ଚିତ ହେବେ ଏଥିରେ କୋୖଣସି ସନ୍ଦେହ ନାହିଁ । ଏହି ରାମପୁର ଗ୍ରାମର ସମସ୍ତ ଗ୍ରାମବାସୀ ରାମପୁର ଠାରୁ ବଙ୍ଗାଳିପଡ଼ା ପାଖାପାଖି ୪ କିଲୋମିଟର ରାସ୍ତା , ଯଦି ପକ୍କା ରାସ୍ତା ନିର୍ମାଣ ନ ହୁଏ ଆଗାମୀ ଦିନରେ ଗ୍ରାମ ବାସୀମାନେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।
