ଧାନ ସଂଗ୍ରହ ନିମନ୍ତେ ବିଜେପି ପକ୍ଷ ରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କନ୍ଧମାଳ ଜିଲ୍ଲା ରାଇକିଆ ଆର ଏମ୍ ସି ପରିସରରେ ବିଜେପି ପକ୍ଷରୁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ଅଭିଯାନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। କାର୍ଯ୍ୟକ୍ରମ ରେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁ ପ୍ରଦୀପ ପ୍ରଯୋଳନ କରି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିବା ବେଳେ ଅତିଥି ଭାବେ ପୁଲିନ ପ୍ରକାଶ ପୂହାନ, ପ୍ରଶାନ୍ତ ସ୍ୱାଇଁ, ଅବନେଶ୍ୱର୍ ପ୍ରଧାନ,ମାନ ଗୋବିନ୍ଦ ପ୍ରଧାନ,ଜିଲା ଓ.ବି. ସି ସଭାପତି ତଥା ସାଂସଦ ପ୍ରତିନିଧି ସନ୍ତୋଷ ଲେଙ୍କା ମଞ୍ଚାସିନ ରହିଥିଲେ।। ଏହି କାର୍ଯ୍ୟକ୍ରମ ଦ୍ଵାରା ସରକାରୀ ନିୟମ ଅନୁଯାୟୀ ଧାନ କୁଇଣ୍ଟାଲ ପିଛା ୩୧ଶହ ଟଙ୍କାରେ କ୍ରୟ କରାଯିବା ସହିତ ପ୍ରତ୍ୟେକ ମଣ୍ଡି ରେ ତିନି ଜଣ ଲେଖାଏଁ ଉପସ୍ଥିତ ରହିବା ସହିତ କେଉଁଭଳୀ ଭାବେ ଚାଷି ଠକାମିର ଶିକାର ନ ହେବେ ଦଲାଲ ମାନେ କଟନି ଛଟନି ନ କରିବେ ଏହି ବିଷୟରେ ବୈଠକରେ ଅବଗତ କରାଇ ଥିଲେ। ଏହି କାର୍ଯ୍ୟକ୍ରମ ରେ ବହୁ କୃଷକ ବନ୍ଧୁ ବୈଠକରେ ଉପସ୍ଥିତ ରହିଥିଲେ । ପରିଶେଷରେ ବୈଠକରେ ଧନ୍ୟବାଦ ଅର୍ପଣ କରିଥିଲେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମ ଚରଣ ପଣ୍ଡା ।

Leave a Reply

Your email address will not be published. Required fields are marked *