୨୬ ଜାନୁଆରୀ ୨୦୨୬ ଆୟୋଜନ ପ୍ରସ୍ତୁତି ସଭା ଅନୁଷ୍ଠିତ

ଭଦ୍ରକ, ତା. ୨୯/୧୨/୨୦୨୫ଆସନ୍ତା ୨୬ ଜାନୁଆରୀ ୨୦୨୬ ରେ ପାଳିତ ହେବାକୁ ଥିବା ୭୭ତମ ଗଣତନ୍ତ୍ର ଦିବସ ସମାରୋହକୁ ସୁସଂଗଠିତ ଓ ସଫଳ ଭାବେ ଆୟୋଜନ କରିବା ଉଦ୍ଦେଶ୍ୟରେ ଆଜି ଏକ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଛି।ଏହି ସଭା ସଂସ୍କୃତି ଭବନଠାରେ ଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସଭାରେ ଜିଲ୍ଲା ସ୍ତରର ବିଭିନ୍ନ ବିଭାଗର ଅଧିକାରୀ, ପୋଲିସ୍ ପ୍ରଶାସନ, ପୌରପରିଷଦ, ସ୍ୱାସ୍ଥ୍ୟ, ଶିକ୍ଷା, ସଂସ୍କୃତି, ଅଗ୍ନିଶମ, ସୂଚନା ଓ ଲୋକସମ୍ପର୍କ ବିଭାଗ , ସାମ୍ୱାଦିକକଂ ସମେତ ବିଦ୍ଯାଳୟ ଓ ମହାବିଦ‍୍ୟାଳୟ ସହିତ ସଂପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।ସଭାରେ ପତାକା ଉତ୍ତୋଳନ, ପରେଡ୍, ସାଂସ୍କୃତିକ କାର୍ଯ୍ୟକ୍ରମ, ସୁରକ୍ଷା ବ୍ୟବସ୍ଥା, ଯାତାୟାତ ନିୟନ୍ତ୍ରଣ, ସ୍ୱଚ୍ଛତା, ବିଦ୍ୟୁତ୍, ପାନୀୟ ଜଳ, ଚିକିତ୍ସା ସୁବିଧା ଆଦି ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା।ଅଧ୍ୟକ୍ଷ ତାଙ୍କ ଉଦ୍ବୋଧନରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି ଗଣତନ୍ତ୍ର ଦିବସକୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳାବଦ୍ଧ ଓ ଉତ୍ସବମୁଖର ପରିବେଶରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ସଭା ଶେଷରେ ସମସ୍ତ ସଂପୃକ୍ତ ବିଭାଗକୁ ନିଜ-ନିଜ ଦାୟିତ୍ୱ ସମୟମଧ୍ୟରେ ସଠିକ୍ ଭାବେ ପାଳନ କରିବାକୁ ଅନୁରୋଧ କରାଯାଇଥିଲା।

Leave a Reply

Your email address will not be published. Required fields are marked *