ଲୈହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ 150 ତମ ପୁନଃ ଜନ୍ମ ତୀଥି ଅବସରରେ ଗଣ ଦୈଡ ଅନୁଷ୍ଠିତ ।
Date:- 31/10/2025Place:- bhadrak:- ସର୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମଜୟନ୍ତୀ ଓ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଭଦ୍ରକ ପୋଲିସ ଦ୍ୱାରା ଏକ ମାରାଥନ ଦୌଡ଼ ଆୟୋଜିତ ହୋଇଛି। ଏହି ମାରାଥନ ଆଜି ସକାଳ ୭ଟାରେ ଜିଲ୍ଲା ପୋଲିସ କାର୍ଯ୍ୟୀଳୟ ଏସପି ଅଫିସ୍ ଠାରୁ ଆରମ୍ଭ ହୋଇ ଚରମ୍ପା ସ୍ଥିତ ରିଜର୍ଭ ଅଫିସ୍ ରେ ସମାପ୍ତ ହୋଇ ଥିଲା। ଏହି ମାରାଥନର ଉଦ୍ଘାଟନ କରିଥିଲେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଭଦ୍ରକ ଏସ୍ପି ମନୋଜ ରାଉତ, ଏସପି ଜିଲ୍ଲାପାଳ ଙ୍କୁ ଫୁଲ ଗୁଛ ଦେଇ ସ୍ବାଗତ କରିଥିଲେ। ଶ୍ରୀ ଦିଲ୍ଲୀପ ରାଉତରାୟ ନିଜ ଉଦ୍ବୋଧନରେ କହିଲେ ଯେ ସର୍ଦାର ବଲ୍ଲଭଭାଇ ପଟେଲ ଭାରତର ଏକତା ଓ ଅଖଣ୍ଡତାର ପ୍ରତୀକ ଥିଲେ ଏବଂ ତାଙ୍କ ଜୀବନ ଓ ତ୍ୟାଗ ଆଜି ମଧ୍ୟ ଆମ ସମସ୍ତଙ୍କ ପାଇଁ ପ୍ରେରଣା। ଏହି ମାରାଥନ ମାଧ୍ୟମରେ ଯୁବପିଢ଼ି ଓ ସାଧାରଣ ଜନତାଙ୍କ ମଧ୍ୟରେ ଏକତା, ଶିଷ୍ଟାଚାର ଓ ଶାରୀରିକ ସ୍ୱାସ୍ଥ୍ୟ ସଚେତନତା ବଢ଼ିବା ହିଁ ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମରେ ୫୦୦ ରୁ ଅଧିକ ଅଂଶଗ୍ରହୀ ମାରାଥନରେ ସହଭାଗୀ ହୋଇ ଉତ୍ସାହ ପ୍ରକାଶ କରିଥିଲେ। ପୋଲିସ ବିଭାଗର ପୋଲିସ କର୍ମଚାରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ନାଗରିକମାନେ ଏଥିରେ ଯୋଗ ଦେଇଥିଲେ। ଏହି ଅବସରରେ ଅତିରିକ୍ତ ଏସପି ସମ୍ବିତ ସରୁପ ବେହେରା,ଅତିରିକ୍ତ ଡ଼ିଆଇବି ର ଏସ୍ପି ଅଂଶୁମାନ ତ୍ରିବେଦୀ ,ସିଟି ଡିଏସପି ସମ୍ବିତ ମାଝି ଟାଉନ ଥାନା ଆଇଆଇସି ଶୁଭ୍ରାଂଶୁ ମିଶ୍ର , ପୁରୁଣା ବଜାର ଥାନା ଅଧିକାରୀ ସୁଶାନ୍ତ ସାହୁ, ବହୁ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ। ପୋଲିସ ଦ୍ୱାରା ଏହି ଅଭିଯାନ ମାଧ୍ୟମରେ ଏକତା, ସୁସ୍ଥ ଜୀବନ ଓ ସକାରାତ୍ମକ ସନ୍ଦେଶ ପ୍ରଚାର ପାଇଁ ଏକ ସଫଳ ପଦକ୍ଷେପ ହୋଇଛି।
