ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ଵୟ ସମିତିର ଏକ ରାଲି ବ୍ରହ୍ମଗିରି କଲେଜ ଛକରୁ ବାହାରି ବ୍ଲକ ଶିକ୍ଷା ମଣ୍ଡଳାଧୀଶ
ବ୍ରହ୍ମଗିରି: ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ଵୟ ସମିତିର ଏକ ରାଲି ବ୍ରହ୍ମଗିରି କଲେଜ ଛକରୁ ବାହାରି ବ୍ଲକ ଶିକ୍ଷା ମଣ୍ଡଳାଧୀଶ କାର୍ଯ୍ୟାଳୟକୁ ଯାଇ ଶିକ୍ଷକମାନଙ୍କର ଦାବୀ ପତ୍ର ଯଥା ଅନୁଦାନ ଯୋଗ୍ଯ ବିଦ୍ୟାଳୟକୁ ଅନୁଦାନ, ନୂତନ ଅନୁଦାନ ବିଦ୍ୟାଳୟକୁ ପେନ୍ସନ, ଚାକିରି ବୟସ 60 ରୁ 62 କୁ ବୃଦ୍ଧି ଆଦି ଦାବୀପତ୍ର ବି .ଇ.ଓ.ଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇ ଥିଲା ।ଉକ୍ତ ରାଲିକୁ ଜିଲ୍ଲା ସଭାପତି (ଓଷ୍ଟା) ଶ୍ରୀଯୁକ୍ତ ବିଜୟ କୁମାର ବରାଳ, ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନଟବର ମନ୍ତ୍ରୀ,କରୁଣାକର ସାହୁ,ଅର୍ଜୁନ ଦାଶ,ପ୍ରତାପ କୁମାର ନାଥ,ମନୋଜ କୁମାର ଦାଶ, ସୁଦର୍ଶନ ରାଉତରାୟ,ପ୍ରଫୁଲ୍ଲ କୁମାର ପଲାଇ ପ୍ରମୁଖ ଆଗେଇ ନେଇ ଥିଲେ ।ଦାବୀସମୁହକୁ ସମର୍ଥନ ଜଣାଇ ସର୍ବଶ୍ରୀ ଭିକାରୀ ଚରଣ ଜେନା,ଭୀମସେନ ସ୍ବାଇଁ ଓ ଶରତଚନ୍ଦ୍ର ସେଠୀ ପ୍ରମୁଖ ଉଦବୋଧନ ଦେଇଥିଲେ ।ବ୍ଲକ ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ମିଶ୍ର ସଭାପତିତ୍ବ କରିଥିଲେ ଓ ସଂପାଦକ ଶ୍ରୀଯୁକ୍ତ ଜଗନ୍ନାଥ ବାରିକ ପରିଚାଳନା କରିଥିଲେ । ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ବଳିୟାରସିଂହଙ୍କ ସମେତ ବ୍ଲକର ଶିକ୍ଷକ କର୍ମଚାରୀମାନଙ୍କ ସକ୍ରିୟ ଯୋଗ ଦାନ କାର୍ଯ୍ୟକ୍ରମକୁ ସାଫଲ୍ଯ ମଣ୍ଡିତ କରିଥିଲା ।
