ବାଲ୍ୟ ବିବାହ ନିଷେଧ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ।

ପୁରୀ : ତା ୨୧/୨ ବାଲ୍ୟ ବିବାହ ସଭ୍ୟ ସମାଜ ରେ ଏକ ଘୃଣ୍ୟ କାର୍ଯ୍ୟ।ଏହା ପ୍ରତ୍ୟେକ ଶିଶୁମାନଙ୍କ ପାଇଁ ହିଂସା ସଦୃଶ। ଏହା ଦ୍ୱାରା ଶିଶୁଟି ତାର ଶିକ୍ଷା ଓ ସ୍ବାସ୍ଥ୍ୟ ଅଧିକାରରୁ ବଂଚିତ ହୋଇଥାଏ ଓ ଅନେକ ଅସୁବିଧା ଜନକ ପରିସ୍ଥିତି ଦେଇ ଗତିକରିଥାଏ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ।ଗତକାଲି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଙ୍କ କାର୍ଯ୍ୟାଳୟ ପରିସରରେ ବାଲ୍ୟ ବିବାହ କୁ ଜିଲ୍ଲାରେ ସମ୍ପୂର୍ଣ୍ଣ ବନ୍ଦ କରିବା ଲକ୍ଷ୍ୟରେ ବିଭିନ୍ନ ବିଭାଗର ଅଧିକାରୀ ଙ୍କୁ ନେଇ ଏକ ସାମୁହିକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ବାଲ୍ୟ ବିବାହ ଦ୍ବାରା ପିଲାଟି ସ୍ୱାସ୍ଥ୍ୟଗତ ଓ ମାନସିକ ସ୍ତରରେ କ୍ଷତିଗ୍ରସ୍ତ ହୋଇଥାଏ।ପିଲାଟି ରୁଗ୍ଣ ସହ ସମାଜ ମଧ୍ୟ ବ୍ୟାଧି ଗ୍ରସ୍ତ ହୁଏ।ତୃଣମୂଳ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ସମସ୍ତ ଅଂଶୀଦାର ସମୂହ ଓ ବିଭିନ୍ନ କମିଟି ମଧ୍ୟରେ ସମନ୍ବୟରଖି କାର୍ଯ୍ୟ କଲେ ଆମେ ଆମ ଲକ୍ଷ୍ୟ ସ୍ଥଳରେ ପହଂଚିପାରିବା।ଅମପାଖରେ ମାନବ ସମ୍ବଳ ର ଅଭାବ ନାହିଁ,କିନ୍ତୁ ମାନସିକତା ଅଭାବ ରହିଛି ।ଅଂଶୀଦାର ସମୂହ ନିଜ ଦାୟିତ୍ୱ ନିର୍ବାହ କଲେ ଆମର ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିପାରିବା ବୋଲି ସେ ଆହ୍ୱାନ ଦେଇଥିଲେ।ଅତିରିକ୍ତ ଏସ ପି ଦେବବ୍ରତ ଚକ୍ର କୌଣସି ସ୍ଥାନରେ ବାଲ୍ୟବିବାହ ହେଉଛି ବୋଲି ଅବଗତ ହେଲେ ଦାୟିତ୍ୱ ରେ ଥିବା ଅଧିକାରୀ ବା ବ୍ୟକ୍ତି ବିଶେଷ ବାଲ୍ୟ ଵିବାହରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ନିକଟସ୍ଥ ପୋଲିସ ଥାନାରେ ଅଭିଯୋଗ ଦାଖଲ କରାଗଲେ ଏହା ଉପରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ।

ବାଲ୍ୟବିବାହ ନିଷେଧ ଆଇନ ସମ୍ପର୍କିତ ସମୀକ୍ଷା ବୈଠକ ପ୍ରାରମ୍ଭରେ ଆକ୍ସନ ଏଡ ସଂଗଠନ ର ଜିଲ୍ଲା ସଂଯୋଜକ ରଞ୍ଜିତା ଦାଶ ଅଂଶୀଦାର ସମୂହଙ୍କୁ ସ୍ୱାଗତ କରିବାସହ ସମୀକ୍ଷା ବୈଠକ ର ଉଦେଶ୍ୟ ଉପରେ ଆଲୋକପାତ କରି ଆଗାମୀ ଦିନରେ ଜିଲ୍ଲା କୁ ବାଲ୍ୟବିବାହ ମୁକ୍ତ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାପାଇଁ ମତାମତ ଲୋଡ଼ିଥିଲେ।୧୮ ଦିନ ପାଇଁ ଏକ ଖସଡ଼ା ପ୍ରସ୍ତୁତ ସହ ସମସ୍ତଙ୍କ ଭାଗିଦାରୀ ବାଲ୍ୟ ବିବାହ କୁ ରୋକି ଆମ ଜିଲ୍ଲା କୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା କରାଯାଇ ପାରିବ ବୋଲି ସେ ଆଶା କରିଥିଲେ।ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଅଜିତ କୁମାର ମହାପାତ୍ର,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ,ଶିଶୁ ସୁରକ୍ଷା ଆଇନ ପରାମର୍ଶ ଦାତା ସନ୍ତୋଷ କୁମାର ପ୍ରତ୍ୟକ ବିଦ୍ୟାଳୟ ରେ କିଶୋର କିଶୋରୀ ମାନଙ୍କୁ ଉଚିତ ପରାମର୍ଶ ଦିଆଯିବା, ଅଦ୍ବିକା କାର୍ଯ୍ୟକ୍ରମ ବିଷୟରେ ପିଲାମାନଙ୍କୁ ଅବଗତ କରାଯିବା, ଗାଁ କଲ୍ୟାଣ ସମିତିର ବୈଠକରେ ଶିଶୁ ସୁରକ୍ଷା ଓ ଅଧିକାର ଉପରେ ବିଶେଷ ଆଲୋଚନା କରାଯିବା ସମ୍ପର୍କରେ ଆଲୋଚନା ସହ ଏନଫୋର୍ସମେଣ୍ଟ କୁ କଡାକଡି ସମ୍ପର୍କରେ ପ୍ରସ୍ତାବ ଦେଇଥିଲେ।ବୈଠକ ନିଷ୍ପତ୍ତି ଅନୁସାରେ ପ୍ରତ୍ୟକ ପଞ୍ଚାୟତ ହେବ ଶିଶୁଅନୁକୂଳ ପଂଚାୟତ, ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବାଲ୍ୟବିବାହ ନିଷେଧ ଆଇନ ସପର୍କିତ ପୋଷ୍ଟର ଲାଗିବ,ୱ୍ବାଲ ପେଣ୍ଟିଂ କରାଯିବ। ସରକାର ପଂଚାୟତ ସ୍ତରରେ ପିଇଓ, ସ୍କୁଲ ପ୍ରଧାନ ଶିକ୍ଷକ ଓ ଆବାସିକ ବିଦ୍ୟାଳୟ ର ୱାର୍ଡେନ ମାନଙ୍କୁ ବାଲ୍ୟ ବିବାହ ନିଷେଧ ଅଧିକାରୀ ରୂପେ ବିଜ୍ଞାପ୍ତି ପ୍ରକାଶ କରିଛନ୍ତି । ତେଣୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ ଙ୍କ ବାଲ୍ୟବିବାହ ସମ୍ପର୍କିତ ନିର୍ଦେଶାବଳୀ ଜିଲ୍ଲାରେ କାର୍ଯ୍ୟ କରୁଥିବା ସମସ୍ତ ଅଂଶୀଦାରସମୂହ ଅନୁପାଳନ କରିବାକୁ ପରାମର୍ଶ ଦିଆଯାଇଛି।ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମମତା ମିଶ୍ର l

Leave a Reply

Your email address will not be published. Required fields are marked *