ଶିକ୍ଷାବ୍ୟବସ୍ଥାର ବିକଳ ଚିତ୍ର , ନାହିଁ ନାହିଁରେ ଚାଲିଛି ବିଦ୍ୟାଳୟ

ଗଣିଆ – ରାଜ୍ୟ ଶିକ୍ଷା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ପର୍ଯ୍ୟନ୍ତ ମାରୁଛନ୍ତି ଅନେକ ବାହାସ୍ପୋଟ । ଶିକ୍ଷା କ୍ଷେତ୍ରରେ ଆଣିଛନ୍ତି ପରିବର୍ତ୍ତନ କିନ୍ତୁ କେବଳ ନାଁ ଆଉ ରଙ୍ଗ ବଦଳାଇଦେଇ ବର୍ଷ ଏକ ଉପଲବ୍ଧି ଅନେକ ଡିଣ୍ଡିମ ପିଟିବା ଅପେକ୍ଷା ପ୍ରକୃତ ବାସ୍ତବତାକୁ ପରଖିବା ଆବଶ୍ୟକ । ନୟାଗଡ଼ ଜିଲ୍ଲା ଗଣିଆ ବ୍ଳକ କରଡାପଡା ପଞ୍ଚାୟତରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ,ନାରାୟଣ ପ୍ରସାଦ ୧୯୬୨ ମସିହାରେ ସ୍ଥାପିତ ହୋଇଥିଲା । ଦୀର୍ଘ ୬୩ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ନାହିଁ ନାହିଁରେ ଚାଲିଛି ଉକ୍ତ ବିଦ୍ୟାଳୟ । ଉକ୍ତ ବିଦ୍ୟାଳୟଟି ଉଚ୍ଚ ବିଦ୍ୟାଳୟ ଠାରୁ ବହୁ ଦୂରରେ ଥିବାରୁ ବିଧାୟକ ରମେଶ ଚନ୍ଦ୍ର ବେହେରା ବିଧାନସଭାରେ ବାରମ୍ବାର ଦାବି ଉପସ୍ଥାପନ କରି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପରିଣତ କରିବା ସହିତ ୫-ଟି ଯୋଜନାରେ ସ୍ମାର୍ଟ ବିଦ୍ୟାଳୟରେ ପରିଗଣିତ କରିଥିଲେ । ତେବେ ଉକ୍ତ ସ୍ମାର୍ଟ ବିଦ୍ୟାଳୟ ଏବେ ବିକଳ ଅବସ୍ଥାରେ । ସ୍ମାର୍ଟ୍ ଶ୍ରେଣୀ ଗୃହରେ ଆଜି ପର୍ଯ୍ୟନ୍ତ ଏଲଇଡି ଟିଭି ଲାଗି ପାରିଲା ନାହିଁ, ଆବଶ୍ୟକୀୟ କମ୍ପ୍ୟୁଟର ମଧ୍ୟ ନାହିଁ । ବିଦ୍ୟାଳୟ ଚାରିପଟେ ପାଚେରୀ ନଥିବାରୁ ସଂଧ୍ୟା ହେଲେ ଏଠାରେ ଅସାମାଜିକ ଲୋକମାନଙ୍କର ଆଡ୍ଡା ଜମୁଛି । ଖେଳପଡିଆ ନଥିବାରୁ ଛାତ୍ର ଛାତ୍ରୀ ମାନଙ୍କର କ୍ରିଡାର ବିକାଶ ହୋଇପାରୁନାହିଁ । ପାନୀୟ ଜଳ ସମସ୍ୟା ସବୁବେଳେ ଲାଗି ରହୁଥିବା ବେଳେ ପୋଖରୀକୁ ହାତ ଧୋଇବାକୁ ପିଲାମାନେ ଯାଉଥିବା ଅଭିଭାବକ ଅଭିଯୋଗ କରିଛନ୍ତିି । ସବୁଠାରୁ ଦୁଃଖ ଏବଂ ପରିତାପର ବିଷୟ ଉକ୍ତ ବିଦ୍ୟାଳୟର ୯ମ ଏବଂ ୧୦ମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଉଛନ୍ତି ପ୍ରାଥମିକ ଶିକ୍ଷକ । ଯଦି ପ୍ରାଥମିକ ଶିକ୍ଷକ ହାଇସ୍କୁଲ ପିଲାଙ୍କୁ ପାଠ ପଢାଇବେ ତେବେ ପିଲାଙ୍କ ଶିକ୍ଷାର ବିକାଶ କିଭଳି ହେଉଥିବ ଏକଥା ସହଜରେ ଜାଣି ହେଉଛି ଏଥିରେ ସନ୍ଦେହ ନାହିଁ । ଏଠାରେ ଦୁଇଜଣ ଶିକ୍ଷକଙ୍କୁ ୩ ଦିନ ଓ ୬ ଦିନ ପାଇଁ ଡେପୁଟେସନରେ ପଠାଯାଉଛି । ଏଠାରେ ଆଡକଟା ପ୍ରଧାନଶିକ୍ଷକ ଅରବିନ୍ଦ ମହାଳିକଙ୍କୁ ଅତିରିକ୍ତ ଦାୟୀତ୍ବ ବଣ୍ଟନ କରାଯାଇଥିବା ବେଳେ ସେ ବି ଠିକରେ ଆସିପାରୁନାହାନ୍ତି ଯେହେତୁ ତାଙ୍କ ମୂଳ ସ୍କୁଲ ଆଡକଟାରେ ଅଛି । କହିବାକୁ ଗଲେ ଭଡା ଶିକ୍ଷକ ଏବଂ ପ୍ରଧାନଶିକ୍ଷକରେ ଚାଲିଛି ଉକ୍ତ ବିଦ୍ୟାଳୟ । ଦୀର୍ଘ ଦିନ ହେବ ପରିଚାଳନା କମିଟି ବୈଠକ ବସୁନଥିବା ତଥା ବିଦ୍ୟାଳୟକୁ ନୂତନ ରୋଷେୟା,ରାତ୍ର ଜଗୁଆଳ ନିଯୁକ୍ତି ହୋଇପାରୁନଥିବା ପରିଚାଳନା କମିଟିର ସଭାପତି ବିଜୟ କୁମାର ରାଉତ ପ୍ରକାଶ କରିଛନ୍ତି । ପ୍ରଧାନଶିକ୍ଷକ ନିଜ ବିଦ୍ୟାଳୟରେ ରହି ସେଠାକୁ ଫାଇଲ୍ ଏବଂ ଆବଶ୍ୟକୀୟ କାଗଜପତ୍ର ମଗାଇ କାର୍ଯ୍ୟ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତିି । ଏ ସମ୍ପର୍କରେ ସେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କିଛି ବି ଫରକ ପଡୁନାହିଁ ବୋଲି ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ସମସ୍ତ ସମସ୍ୟା ସବୁ ସତ ବୋଲି ସେ ପ୍ରକାଶ କରିବା ସହିତ ମୋର ସେ ସ୍କୁଲ ଅତିରିକ୍ତ ଦାୟୀତ୍ବ ବୋଲି ସେ ଜଣାଇଛନ୍ତି । ତେବେ ଖୁବଶିଘ୍ର ରୋଷେୟା ଏବଂ ରାତ୍ର ଜଗୁଆଳ ନିଯୁକ୍ତି ହୋଇଯିବ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଜିଲ୍ଲା ଶିକ୍ଷା ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବିଦ୍ୟାଳୟରେ ନୂତନ ଶିକ୍ଷକ ନିଯୁକ୍ତି ସହିତ ଆବଶ୍ୟକୀୟ ସମସ୍ୟା ସମାଧାନ କରିବାକୁ ଅଭିଭାବକ ମାନେ ଦାବି କରିଛନ୍ତି ।

ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *